ନୟାଗଡ଼,(ବାଘୁଆବାର୍ତ୍ତା): ରଣପୁର ଉପରମଣିନାଗରେ ରଣପୁରର ଜୈନିକ ଯୁବକ ବାଇକ ରଖି ଗତକାଲି ରାତିରୁ କୁଆଛେ ନିଖୋଜ ହୋଇଯାଇଥିବା ଜଣାଯାଇଛି । ରଣପୁର ରାଜବାଟିସାହିର ବୁଲା ସ୍ୱାଇଁଙ୍କ ପୁଅ ଶିବ ଶଙ୍କର ସ୍ୱାଇଁ ଗତକାଲି ମଧ୍ୟାହ୍ନରେ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କ ବାଇକଟି ଉପର ମଣିନାଗରେ ଥୁଆ ହୋଇଛି ପରିବାର ଲୋକେ ସଂନ୍ଧ୍ୟାରେ ଖବର ପାଇଲେ । ପରିବାର ଲୋକମାନେ ପାହାଡ଼ ଶିଖରକୁ ଯାଇ ବାଇକ ଉଦ୍ଧାର କରିଥିବା ବେଳେ ପୁଅ ଶିବ ଶଙ୍କର ନିଖୋଜ ଥିବା ଜାଣିବାକୁ ପାଇଥିଲେ । ଏନେଇ ଆଜି ରଣପୁର ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।





