ରଣପୁର, (ବାଘୁଆବାର୍ତ୍ତା): ରଣପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୁଡ଼ରେ ରଣପୁର ଅବକାରୀ ବିଭାଗ l ସୂଚନାନୁସାରେ, ଅବକାରୀ ଅଧିକାରି କରୁଣା ଶଙ୍କର ତିୱାରା ନିର୍ଦ୍ଦେଶ କ୍ରମେ ଆଜି ରଣପୁର ଅବକାରୀ ପୋଲିସ ଦୁଇଟି ସ୍ଥାନ ଯଥା ରାଜ ସୁନାଖଳା ଏବଂ ବାଉଁଶଗଡ଼ ଠାରେ ଚଢ଼ାଉ କରି ୩୮କେଜି ଗଞ୍ଜେଇ ଗୋଟିଏ କାର ଓ ସ୍କୁଟି ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୪ଲକ୍ଷ ହୋଇଥିବା ବେଳେ ଅଭିଯୁକ୍ତ ମାନେ ହେଲେ ମଳୟ ରଞ୍ଜନ ଗୁପ୍ତା ଓ ଦୁସେନ ନାୟକ, ଉଭୟ କନ୍ଧମାଳ ଜ଼ିଲ୍ଲାର ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ରଣପୁର ଅବକାରୀ ଥାନା ଅଧିକାରୀ ସୁଶାନ୍ତ କୁମାର ମହାପାତ୍ର, ଏଏସଆଇ ସୁବାସ ଚନ୍ଦ ସେଠୀ,ଲକ୍ଷ୍ମୀଧର ବେହେରା, ଅବନି ସା ଏହି ଚଢ଼ାଉ କରିଥିଲେ।





