ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବନାଂଚଳରୁ ଏସ୍ଟିଏଫ୍ ବାଘ ଛାଲ ଜବତ କରିବା ଘଟଣାରେ ବନବିଭାଗ ପାରିବା ପଣିଆ ପଦାରେ ପଡ଼ିଛି । ଯାହାକୁ ନେଇ ବନବିଭାଗ ତରବରିଆ ଭାବେ ଆଜି ଜଣେ ବ୍ୟକ୍ତିଙ୍କୁ ସଂଗରୋଧ କେନ୍ଦ୍ରରୁ ଉଠଇ ନେଇଥିବାକୁ ନେଇ ଆଲୋଡ଼ନ ପରିସ୍ଥିତି ସୃଷ୍ଟି ହୋଇଛି । ମିଳିଥିବା ସୂଚନାନୁସାରେ, ରଣପୁର ବ୍ଲକ ବନ୍ଧୁମୁଣ୍ଡା ପଂଚାୟତ ଜାମୁଗଣ୍ଡ ଗ୍ରାମର ସମିତିସଭ୍ୟ ଲକ୍ଷ୍ମୀଧର ନାୟକଙ୍କୁ ଏସ୍ଟିଏଫ୍ ପୂର୍ବରୁ ଗିରଫ କରିଥିଲା । ଆଜି ଏହି ଗ୍ରାମର ଭାସ୍କର ନାୟକଙ୍କୁ ବନବିଭାଗ ବାଘ ଲିଙ୍କରେ ସଂଗରୋଧରୁ ଉଠାଇ ନେଇଛି । ରଣପୁର ରେଂଜର ଶରତ ଶତପଥିଙ୍କ ନେତୃତ୍ୱରେ ଏକ ଟିମ ବାଉଁଶଗଡ଼ ସଂଗରୋଧରୁ ଭାସ୍କରରୁ ଉଠାଇ ଆଣିଥିବା ଜଣାଯାଇଛି । ଗତ ୬ ତାରିଖରେ ଭାସ୍କର କେରଳରୁ ଫେରି ସଂଗରୋଧରେ ରହିଥିଲେ । ନିଜର ଅପରାଗତା ଲୁଚାଇବାକୁ କୋଭିଡ୍ ନିୟମ ଉଲଂଘନ କରାଯାଇ ବନବିଭାଗ ଏଭଳି କାର୍ଯ୍ୟ କରିଥିବା ବେଳେ ଏହା ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ରହିଛି । ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାକୁ ରଣପୁର ବାସୀ ଦାବି କରିଛନ୍ତି ।





