ରଣପୁର,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ଗ୍ରାମ ପଞ୍ଚାୟତ ଚମ୍ପାଗଡ଼ ଗ୍ରାମକୁ କ୍ଷୁଦଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି । ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ ଏହି ଆଦେଶ ଦେଇଥିବା ଜଣାଯାଇଛି । ଆଜି ସଂନ୍ଧ୍ୟା ୬ଟାଠାରୁ ଅନିଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସ୍ଥାନୀୟ ଲୋକଙ୍କୁ ବାହାରକୁ ନବାହରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।






