ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦେଇଛନ୍ତି । ୨୦୧୯ ମସିହାରେ କବିସୂର୍ଯ୍ୟନଗରରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ରଞ୍ଜନ ପଲେଇ । ସାଧାରଣ ନିର୍ବାଚନରେ ୪୩ ହଜାର ଭୋଟ୍ ପାଇଥିଲେ । ରଞ୍ଜନ ତାଙ୍କ ସମର୍ଥକ ସହ ଶଙ୍ଖ ଭାବନରେ ବିଜେଡିରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ । ୨୦୧୭ ମସିହାରେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ସେତେବେଳେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ପ୍ରଦୀପ ପାଣିଗ୍ରାହୀ ଦଳ ପାଇଁ କିମ୍ବା ଗଞ୍ଜାମ ଜିଲ୍ଲା ପାଇଁ କାମ କରୁନଥିଲେ । ସେ ନିଜ ପାଇଁ କାମ କରୁଥିଲେ । ପ୍ରଦୀପ ପାଣିଗ୍ରାହୀ ଦଳରୁ ବାହାରିବ ପରେ ଘରକୁ ବାହୁଡ଼ିଛନ୍ତି ବୋଲି ରଞ୍ଜନ ପଲେଇ କହିଛନ୍ତି ।





