ରଣପୁର, (ବାଘୁଆବାର୍ତ୍ତା): ଗତ କିଛି ଦିନ ଧରି ରଣପୁର ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିଲା | ଏହି ଲଗାଣ ବର୍ଷାର ଚାଷୀମାନଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି | ଏପରିକି ଧାନ ଫସଲଗୁଡିକ ଗଜା ହୋଇଯାଇଛି | ଚାଷୀମାନେ ଧାର କରଜ କରି ଚାଷ କାର୍ଯ୍ୟ କରିଥିବା ବେଳେ ଧାନ ଫସଲ ବର୍ଷାରେ ନଷ୍ଟ ହୋଇ ଚାଷ ଜମିରେ ଗଜା ହେବା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିଲା | ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ସମେତ କୃଷକ ଯୁବ ମୋର୍ଚ୍ଚା, ବ୍ଲକ ଅଧ୍ୟକ୍ଷା କୃଷକମାନଙ୍କ ସହିତ ଆଲୋଚନା କରି ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ | କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧା ସଳଖ ଚାଷୀମାନଙ୍କ ସହ କଥାବାର୍ତ୍ତା କରି ସ୍ଥିତି ଅନୁଧ୍ୟାନ କରି କ୍ଷୟ କ୍ଷତିର ଆକଳନ କରିବା ପାଇଁ ଆସନ୍ତାକାଲି ଅର୍ଥାତ ୨୯ ଡିସେମ୍ବର ରବିବାର ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ରଣପୁର ବ୍ଲକକୁ ଆସିବେ ବୋଲି ଜଣାପଡିଛି |






