Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁରରେ ରଥ ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତି ଚୂଡାନ୍ତ

by ସଞ୍ଜୟ ସ୍ୱାଇଁ
June 14, 2023
in Feature News
ରଣପୁରରେ ରଥ ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତି ଚୂଡାନ୍ତ
43
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ଓଡିଶାର ଦ୍ୱିତିୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରା ପାଇଁ ଶ୍ରୀ ଜିଉ ଙ୍କର ନୀତି ଚୂଡାନ୍ତ ହୋଇଛି । ଗତକାଲି ରାତିରେ ରଣପୁର ତହସିଲଦାର ଇପସିତ ସାହୁ ବଣମାଧ୍ୟମ ପ୍ରତିନିଧୀ କୁ ଏହି ସୂଚନା ଦେଇଛନ୍ତି । ୧୯ ତାରିଖ ଭୋର ୩ଟାରେ ପଟିଠାକୁର ଙ୍କୁ ଅନ୍ତର କରାଯିବ । ସକାଳ ୯ଟା ସମୟରେ ନେତ୍ର ଉତ୍ସବ ପରେ ସର୍ବସାଧାରଣ ଶ୍ରୀ ଜିଉଙ୍କ ଦର୍ଶନ କରିପାରିବେ । ସେହିପରି ୩ ରଥ ରେ ଦିନ ୧୧ ଟାରେ ନେତ ବନ୍ଦା ହେବ । ୨୦ ତାରିଖ ସକାଳ ୫ ଟାରେ ଅବକାଶ ବଲ୍ଲଭ ହେବାପରେ ସକାଳ ୭ଟାରୁ ୮ ଟା ମଧ୍ୟରେ ରଥ ପ୍ରତିଷ୍ଟା କରାଯିବ ।

ସକାଳ ୯ ଟାରେ ଧୂପ ହେବାପରେ ୧୦ ରେ ମଙ୍ଗଳଅର୍ପଣ କରାଯିବ । ୧୧ରେ ସାମୟରେ ୩ ଠାକୁ ରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଜିବାପରେ ୧୨ ଟାରେ ଚେରାପହଂରା ହେବ ଓ ଅପରାହ୍ନ ୧ ଟାରେ ରଥ ଟଣା ଆରମ୍ଭ ହେବ ।ରଣପୁର ସଂଙ୍ଗିତ କଳା ନିକେତନ ତରଫରୁ ଅପରାହନ୍ନରେ ସ୍ଥାନୀୟ ଦୋଳ ମଣ୍ଡପ ଠାରେ ଭଜନ ସମାରୋହ ଅନୁଷ୍ଟିତ ହେବ । ୨୧ ତାରିଖରେ ୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂବା ପରେ ସଂଧ୍ୟା ଆଳତି ପରେ ୩ ଠାକୁରଙ୍କୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରାଯିବ । ସେହି ପରି ବାହାଡାଝୋଲା ଦୃଷ୍ଟିହୀନ ଲୋକସଙ୍ଗିତ ତରଫରୁ ସଙ୍ଗିତକାର‌୍ୟ୍ୟ କ୍ରମ ହେବ । ୨୪ ତାରିଖ ହେରାପଚଂମୀ ସଂଧ୍ୟରେ ଅଭିମାନୀ ଦେବୀ ମହାଲକ୍ଷ୍ମୀ ପଚୁଂ ମହାଦେବଙ୍କ ସହ ଜଗନ୍ନଥ ଙ୍କ ରଥ ଭାଙ୍ଗିବେ । ୨୫ ତାରିଖରେ ରଥ ଦକ୍ଷିଣ ମୋଡ କରାଯିବ । ୨୭ ତାରିଖରେ ନବମୀ ଆଳତି ରାତି ୮ ଟା ସମୟରେ ସମାପନ ପରେ ରାତି ୧୧ ଟାରେ ଶ୍ରୀ ଜିଉ ଙ୍କର ସେନାପଟା ହେବ ।

ସଂଧ୍ୟରେ ପଚୁଂଦୋଳ ପଡିଆରେ ଭୂବନେଶ୍ୱର ମୁର୍ଚ୍ଚନାଦୃଷ୍ଟିହିନ ଲୋକ ସଂଙ୍ଗିତ ପରିଷଦ ତରଫରୁ ଭଜନ ସମାରୋହ ଅନୁଷ୍ଟିତ ହେବ । ୨୮ ତାରିଖ ସକାଳ ୬ ଟାରେ ଅବକାଶ , ବଲ୍ଲଭ ହେବାପାଇଁ ସ୍ଥିର ହୋଇଥିବାବେଳେ ଦିନ ୯.୩୦ ଟା ରେ ସକାଳ ଧୂପ ପରେ ଶ୍ରୀ ଜିଉଙ୍କୁ ଧାଡି ପହଣ୍ଡିରେ ରଥାରୃଢ କରାଜିବ । ଦିନ ୧୨ ଟାରେ ଛେରାପହରା ପରେ ୧.୩୦ ଟାରେ ରଥ ଟଣା ଅନୁଷ୍ଟିତ ହେବ ।ସଂଧ୍ୟା ୭ ଟାରେ ପଚୁଂଦୋଳ ପଡିଆଠାରେ ଭୂବନେଶ୍ୱର ସ୍ୱରାଗ୍ନୀ ଭଜନ ସନ୍ଧ୍ୟା ଅନୁଷ୍ଟିତ ହେବ । ୨୯ ତାରିଖ ବଡ ଏକାଦଶୀରେ ରେ ସକାଳ ୮ ଟାରେ ସୁନା ବେଶ ଅନୁଷ୍ଟିତ ହେଉଥିବାବେଳେ ରାତି ୯.୩୦ ରେ ଧୂପ ଓ ବଡ ସିଂହାର ଅନୁଷ୍ଟିତ ହେବ । ସଂଧ୍ୟାରେ ପଚୁଂଦୋଳ ପଡିଆଠାରେ ଟାଉନକ୍ଲବ ଆନୁକୂଲ୍ୟରେ ଓଡିଶା ର ପ୍ରତିଷ୍ଟିତ କଳାକାରାଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଟିତ ହେବ ।

ବଡ ଏକା ଦଶୀରେ ରଥ ଟଣା ବନ୍ଦ ରହିବ । ୩୦ ତାରିଖ ଅପରାହ୍ନରେ ରଥ ଟଣା ପରେ ଲକ୍ଷ୍ମୀ-ନାରାୟଣ ଭେଟ ଅନୁଷ୍ଟିତ ହେବ । ଜୁଲାଇ ୧ ତାରିଖରେ ସକାଳ ୭ ଟାରେ ଅଧର ପଣା ନିତୀ ପରେ ଶ୍ରୀ ଜିଉ ଙ୍କୁ ଗୋଟି ପହଣ୍ଡିରେ ରତ୍ନସିଂହାସନ କୁ ବିଜେ ହେବେ ବୋଲି ମନ୍ଦିର ପ୍ରଶାସନ ନିଷ୍ପତି ଗ୍ରହଣ କରିଥିବ କଥା ତହସିଲଦାର ଇପସିତ ସାହୁ ଗଣମାଧ୍ୟମ କୁ ସୂଚନା ଦରଇଛନ୍ତି । ଏହି ସାମ୍ବାଦିକ ସମିଳନୀରେ ଅନ୍ୟମାନ ଙ୍କ ମଧ୍ୟରେ ମନ୍ଦିର ମ୍ୟାନରଜର ରମେଶ ଚନ୍ଦ୍ର ପ୍ରଧାନ, ପରିଚାଳନ କମିଟିର ଡଃ ପ୍ରଶାନ୍ତ କୁମାର ମିଶ୍ର, ହରିହର ନନ୍ଦ, ଭିମ୍ ମହାପାତ୍ର‌, ଅର୍ଜୁନ ଶମା ର୍ ଓ ୩ ରଥର ମୁଖ୍ୟ ମହାରଣା କବିରାଜ ମହାରାଣ ଉପସ୍ଥିତ ଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!