ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଖତିଆ ଗ୍ରାମର କିଛି ମୃଷ୍ଟିମେୟ ବ୍ୟକ୍ତି କିଛି ଲୋକଙ୍କ ଘରକୁ ଜେସିବି ଲଗାଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଏଭଳି ଘଟଣା ଘଟିଥିବା ଘର ଭଙ୍ଗାକୁ ବିରୋଧ କରିଥିବା ଉକ୍ତ ଗ୍ରାମର ରମାକାନ୍ତ ନିସଙ୍କ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଗାଁ ବାହାରେ ବସି ଜବରଦଖଲ ଉଚ୍ଛେଦ କରିବା ନେଇ ଯୋଜନା ପ୍ରସ୍ତୁତ କରିଥିଲେ । ହଠାତ୍ ଶନିବାର ଉକ୍ତ ବ୍ୟକ୍ତିମାନେ ରମାକାନ୍ତ ନିସଙ୍କ ଘର ସମେତ ଅନ୍ୟ ୪ ଜଣଙ୍କ ଘର ଭାଙ୍ଗି ଦେଇଥିବା ଦେଖାଯାଇଛି । ଯାହାକୁ ରମାକାନ୍ତଙ୍କ ପରିବାର ବିରୋଧ କରିବାରୁ ତାଙ୍କୁ ଆକ୍ରମଣ ହୋଇଥିବା ଫାଣ୍ଡିରେ ଅଭିଯୋଗ ହୋଇଛି । ରଣପୁର ଥାନା ପୁଲିସ ଦୁଇଟି ମାମଲା ରୁଜୁ କରିଛି । ରମାକାନ୍ତଙ୍କ ସ୍ତ୍ରୀ ଅଭିଯୋଗ କ୍ରମେ ଗୋଟିଏ ମାମଲା ହୋଇଥିବା ବେଳେ ରମାକାନ୍ତଙ୍କ ନାଁରେ ମଧ୍ୟ ଗୋଟିଏ ମାମଲା ରୁଜୁ ହୋଇଛି ।





