ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ରଣପୁର ଥାନା ଅଞ୍ଚଳରେ ପିଡିତାଙ୍କ ମା’ ରଣପୁର ଥାନାରେ ମାମଲା ରୁଜୁ କରିଛନ୍ତି । ଗତ ୧୮ ତାରିଖ ଦିନ ୧୨ଟା ବେଳେ ଏହି ଘଟଣା ଘଟିଥିଲା । ଘଟଣାକୁ ଚପେଇ ଦେବାକୁ ଉଦ୍ୟମ ହୋଇଥିବା ବେଳେ ପିଡିତାଙ୍କ ମା’ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ରଣପୁର ଥାନା ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ ତତ୍କ୍ଷଣାତ୍ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଅଭିଯୁକ୍ତ ଜଣକ ବ୍ରଜରାଜପୁର ପଞ୍ଚାୟତ କୁଞ୍ଜବନ ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ ପୁଅ ସୋପି ପ୍ରଧାନ ବୋଲି ଜଣା ପଡିଛି । ପୁଲିସ ପକ୍ଷରୁ ଅଧୀକ ତଦନ୍ତ ଜାରି ରହିଛି । ପୁଲିସର ତତକ୍ଷଣାତ କାର୍ଯ୍ୟ ପାଇଁ ପ୍ରଶଂସାର ପାତ୍ର ହୋଇଛନ୍ତି ।





