Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଙ୍ଗନୱାଡ଼ି କର୍ମୀ ସହାୟୀକା ସାମ୍ମୁଖ୍ୟର ବ୍ଲକ୍ ସ୍ତରୀୟ ବୈଠକ

by ସଞ୍ଜୟ ସ୍ୱାଇଁ
March 22, 2021
in Feature News, Nayagarh
ଅଙ୍ଗନୱାଡ଼ି କର୍ମୀ ସହାୟୀକା ସାମ୍ମୁଖ୍ୟର ବ୍ଲକ୍ ସ୍ତରୀୟ ବୈଠକ
338
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟୀକା ସାମ୍ମୁଖ୍ୟର ରଣପୁର ବ୍ଲକ୍ ପରିସରରେ ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ସଙ୍ଗୀତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସହ ସଂପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଅଙ୍ଗନୱାଡ଼ି କର୍ମୀ ଓ ସହାୟୀକା ସାମ୍ମୁଖ୍ୟର ଜିଲ୍ଲା ସଭାପତି ଜୋତ୍ସାମୟୀ ପଣ୍ଡା ବୈଠକରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ଅଂଶଧନ କାଟ୍ କରି ରାଜ୍ୟ ସରକାର ଉପରେ ବୋଝ ଲଦିବା ଯୋଗୁଁ ଅଙ୍ଗନୱାଡି କର୍ମୀ ଓ ସହାୟୀକାମାନଙ୍କର ପାରିଶ୍ରମିକ ବୃଦ୍ଧିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ୬ଟି ସେବା ଦାୟୀତ୍ୱର କାର୍ଯ୍ୟ କରିବା ଦାୟୀତ୍ୱ ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଖରେ ଥିବା ବେଳେ ଅତିରିକ୍ତ ୮୬ସେବାର କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାର ପାରିଶ୍ରମିକ ବୃଦ୍ଧି ନକରିବା ଶ୍ରମିକ ବିରୋଧି ପଦକ୍ଷେପକୁ ଉକ୍ତ ବୈଠକରେ ନିନ୍ଦା କରାଯାଇଥିଲା । ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ସହବନ୍ଧିତ ହୋଇ ସଂଘ କାର୍ଯ୍ୟ କରିବା ଏବଂ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କଲାବେଳେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଶିକ୍ଷକ ମାନ୍ୟତା, ଗ୍ରୀଷ୍ମ ଛୁଟି, ମିନି ଅଙ୍ଗନୱାଡ଼ିକୁ ଅଙ୍ଗନୱାଡ଼ିର ମାନ୍ୟତା, ବିଭିନ୍ନ ସମସ୍ୟା ସମାଧାନ ଉପରେ ରାଜ୍ୟ ସରକାରଙ୍କ ଉଚିତ୍ ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା । ଗର୍ଭବତୀ ମହିଳା ଶିଶୁମାନଙ୍କୁ ନେଇ ବିକାଶର ପଦକ୍ଷେପ ନେବା ବେଳେ ରଣପୁର ବ୍ଲକର ସିଡିପିଓ ଓ ସୁପରଭାଇଜର ମାନଙ୍କର ମନମୁଖୀ କାର୍ଯ୍ୟ, ଟିଏଡିଏ ସଠିକ୍ ସମୟରେ ନଦେବା, ଚାଉଳ ଯୋଗାଣରେ ଅନିୟମିତତା ବିରୁଦ୍ଧରେ ଆଲୋଚନା କରିବା ପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଧାନ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ । ସଂଗଠନକୁ ମଜଭୁତ୍ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!