Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ଆଇଆଇସି ପିଟି ହାତ ଭାଙ୍ଗି ଦେଲେ

by ସଞ୍ଜୟ ସ୍ୱାଇଁ
April 1, 2020
in Crime, Nayagarh, Society, State
କରୋନା : ଦଶପଲ୍ଲା ବିଡିଓ ଜବତ କଲେ ୨୦ରୁ ଉର୍ଦ୍ଧ୍ୱ ବାଇକ
16
VIEWS
Share on FacebookShare on Twitter

ମାଛ ପାଇଁ ଯାଉଥିଲେ ଯୁବକ

ନୟାଗଡ଼,(ବାଘୁଆବାର୍ତ୍ତା): ଲକ୍ ଡାଉନ୍ ପାଇଁ ସାରା ନୟାଗଡ଼ ଜିଲ୍ଲାରେ ପୁଲିସର ବର୍ବରତା ଏବେ ସାମନାକୁ ଆସୁଛି । ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ନୟାଗଡ଼ ସଦର ପୁଲିସ ମାଡ଼ ମାରିବା, ବିଭିନ୍ନ ଥାନାରେ ଅଙ୍ଗନବାଡ଼ି କର୍ମୀଙ୍କୁ ପୁଲିସ ନାଲି ଆଖି ଦେଖାଇବା ପରେ ଆଜି ଖୋଦ ରଣପୁର ଥାନା ଅଧିକାରୀ ଜଣେ ଯୁବକଙ୍କୁ ମାରି ହାତ ଭାଙ୍ଗି ଦେଇଥିବା ନେଇ ଅଭିଯୋଗ ସାମନାକୁ ଆସିଛି । ସୂଚନାନୁସାରେ, ଗତ ଶନିବାର ରଣପୁର ହରିଜନ ସାହିର ଭାଗିରଥି ନାହାକଙ୍କ ପୁଅ ସୁଦର ନାହାକ ନିଜ ଘରଠାରୁ କିଛି ଦୂରରେ ଥିବା ମାଛ ଦୋକାନକୁ ମାଛ ପାଇଁ ଯାଉଥିଲେ । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ରଣପୁର ଥାନା ଅଧିକାରୀ ରଶ୍ମି ରଂଜନ ଦାଶ, କାହିଁକି ବୁଲୁଛୁ ବୋଲି ପଚାରି ଲାଠି ପାହାର ଦେଇଥିଲେ । ଏହି ମାଡ଼ରେ ସୁଦରଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ସେ ଭୟରେ କାହାରି ଆଗାରେ ଏହା ପ୍ରକାଶ କରି ନଥିଲେ । ଆଜି ଏନେଇ ସୁଦର ବିଭିନ୍ନ ଗଚ୍ଚମାଧ୍ୟମ ଆଗରେ ଘଟଣାକୁ ନେଇ ଅଭିଯୋଗ କରିଥିବା ଜଣାଯାଇଛି । ସେହିଭଳି ରଣପୁର ଥାନା ଅଧିକାରୀ ଜଣେ ଚାଷୀକୁ ଜମିରେ କାମ କରିବାକୁ ଯାଉଥିବା ବେଳେ ମାଡ଼ ମାରିଥିବା ନେଇ ଅଭିଯୋଗ ସାମନାକୁ ଆସୁଥିବା ବେଳେ ଜଣେ ସ୍ଥାନୀୟ ନେତାଙ୍କୁ ଆଇଆଇସି ଘରୁ ବାହାରକୁ ଆସିବାକୁ ଦେଉନଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ସଂପୃକ୍ତ ନେତାଙ୍କ ଉପରେ ପୂର୍ବ ରାଗ ରଖି ଆଇଆଇସି ଗୋଡ଼ାଇ ପିଟୁଥିବା ନେଇ ସଂପୃକ୍ତ ନେତା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଏପରିକି ଏହି ନେତା ଜଣଙ୍କ ଭୟରେ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଏହି ଘଟଣାର ଅଭିଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପାଖକୁ ଆସିଥିବା ନେଇ ସହରରେ ଚର୍ଚ୍ଚା ହେଉଛି । ଜିଲ୍ଲାରେ ପୁଲିସର ଏଭଳି ଗୁଣ୍ଡାଗିରି ପ୍ରତି ଏସ୍‌ପି ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!