ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ 2024ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ଓ ନିଯୁକ୍ତ କରାଯାଇଛି l ଅଦଳ ବଦଳ ପ୍ରାରମ୍ଭିକ ପ୍ରକିୟାରୁ ବାଦ ପଡିନି ନୟାଗଡ଼ ଜିଲ୍ଲା l ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଲକର ବିଡ଼ିଓ ଖଗେଶ୍ୱର ପାତ୍ରଙ୍କୁ ବଦଳି କରାଯାଇ ସାଲେପୁର ବିଡ଼ିଓ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଦଶମନ୍ତପୁର ବିଡ଼ିଓ ଦମ୍ବରୁଧର ମଲ୍ଲିକଙ୍କୁ ଗଣିଆ ବ୍ଲକର ନୂତନ ବିଡ଼ିଓ ଭାବେ ନିଯୁକ୍ତ କରାଯାଇଛି l ସେହିପରି ଭାବେ ରଣପୁର ବିଡ଼ିଓ ଜ୍ୟୋତି ପ୍ରକାଶ ସେଠିଙ୍କୁ ବଦଳି କରାଯାଇ ଓସିଏସସିର ଓଏସଡ଼ି ଭାବେ ନିଯୁକ୍ତ ଦିଆଯାଇଛି l ଢେଙ୍କାନାଳ ବିଡ଼ିଓ ସୁଧୀର କୁମାରୀ ନାୟକଙ୍କୁ ବଦଳି କରାଯାଇ ରଣପୁର ବ୍ଲକର ନୂତନ ବିଡ଼ିଓ ନିଯୁକ୍ତ କରାଯାଇଛି ସେହିପରି ଭାବେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଥିବା ଡେପୁଟି କଲେକ୍ଟର ଆୟୁଷି ମହାପାତ୍ରଙ୍କୁ ବଦଳି କରାଯାଇ ଢେଙ୍କାନାଳ ସଦର ବ୍ଲକର ବିଡ଼ିଓ ଭାବେ ନିଯୁକ୍ତ କରାଯାଇଛି l ଏବଂ ଖୁଣ୍ଟା ତହସିଲର ତହସିଲଦାର ଅଙ୍କୁର ଅଭିନାଶଙ୍କୁ ଖଣ୍ଡପଡ଼ା ବ୍ଲକର ନୂତନ ବିଡ଼ିଓ ଭାବେ ନିଯୁକ୍ତ କରାଯାଇଥିବା ନେଇ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି l






