ରଣପୁର, (ବାଘୁଆବାର୍ତ୍ତା): ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ବଡ଼ଏକାଦଶୀ ତିଥି ଓ ମହାପ୍ରଭୁ ଙ୍କ ରୁପବେଶ ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ରେ ମହାପ୍ରଭୁ ଙ୍କ ନନ୍ଦିଘୋଷ ରଥ ସମ୍ମୁଖ ରେ ଟାଉନ କ୍ଲବ ଅନୁକୂଲ୍ୟ ରେ ଓଡିଶା ର ସୁନାମଧନ୍ୟ କଳାକାର ଙ୍କୁ ନେଇ ୩୭ ତମ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି.l ସଂନ୍ଧ୍ୟା ସମୟରେ କାର୍ଯ୍ୟକର୍ମ ଆରମ୍ଭ ହେବା ପୂର୍ବରୁ ସେବାୟତ ଙ୍କ ଦ୍ୱାରା ମହାପ୍ରଭୁ ଙ୍କ ଆଂଜ୍ଞା ମାଳ ଆସିବା ପରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁ ଙ୍କୁ ମାଲ୍ୟ ଅର୍ପଣ ଓ ପ୍ରଦୀପ ଉଜ୍ୱଳନ କରି ଏହି ଭଜନ ସମାରୋହ କୁ ଉଦଘାଟନ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ରଣପୁର ତହସିଲ ଦାର ଇପ୍ସିତ ସାହୁ ଏନ. ଏସି ଅଧକ୍ଷା ରଙ୍ଗୀନ ମହାନ୍ତି ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନ ନଗର ସଭାପତି ଲିଙ୍ଗରାଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ଏହି ଭଜନ ସମାରୋହ ରେ ଓଡିଶା ର ସୁପ୍ରସିଦ୍ଧ ଗିୟିକା ଇରା ମହାନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ଚରଣ . ପିନାକୀ ନାୟକ.ମାନସୀ ନନ୍ଦ ସତ୍ୟନାରାୟଣ ମହାପାତ୍ର ପ୍ରମୁଖ କଳାକାର ଯୋଗ ଦେଇ ଭଜନ ପରିବେଷଣ କରିଥିଲେ l ବିଶେଷ କରି ଶ୍ରୀ ଚରଣ ଓ ଇରା ମହାନ୍ତି ଙ୍କ ଭକ୍ତି ମୟ ଓ ହୃଦୟସ୍ପର୍ଶୀ ଭଜନ ଉପସ୍ଥିତ ସ୍ରୋତ ଙ୍କୁ ବେଶ ବିଭୋର କରିଥିଲା l ଓଡିଶା ର ଖ୍ୟାତି ଅର୍ଜନ କରିଥିବା ଉପସ୍ଥାପକ ମନୋଜ କୁମାର ଙ୍କ ଉପସ୍ଥାପନ ଶୈଳୀ ବେଶ ଆକର୍ଷଣୀୟ ଓ ହୃଦୟସ୍ପର୍ଶି ହୋଇଥିଲା l ରଣପୁର ଇତିହାସ ଓ ପୁରୀ ଶ୍ରୀ ମନ୍ଦିର ଓ ପୁରୀ ରାଜା ଓ ରଣପୁର ଶ୍ରୀ ମନ୍ଦିର ଓ ରଣପୁର ରାଜା ସହ ସମ୍ପର୍କ ଆଦି ଚର୍ଚ୍ଚା ଉପସ୍ଥିତ ଶ୍ରୋତାଙ୍କ ମନ ଜିଣିନେଇଥିଲା l ପୁରୀ ନରେନ୍ଦ୍ର ପୁଷ୍କରିଣୀ, ନାକଚଣା ଦ୍ୱାର ଓ ଅଠର ନଳା ରଣପୁର ରାଜାଙ୍କ କ୍ରିତୀ ବୋଲି ସେ ମତଦେ ଥିଲେ l ଦୀର୍ଘ ୩୭ ବର୍ଷ ଧରି ବଡ଼ଏକାଦଶୀ ତିଥି ଭଜନ ସମାରୋହ ଅନୁଷ୍ଠିତ ହୋଇଆସୁଥିବା ବେଳେ ଏହାକୁ ଟାଉନକ୍ଲବ ସଭାପତି ଲୁନା ମହାପାତ୍ର ଓ ସମ୍ପାଦକ l






