ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ କାରଣରୁ ମସଜିଦ୍ରେ ନମାଜ୍ ପାଠକୁ ବାରଣ କରାଯାଇଥିବା ବେଳେ ଆଜି ନୟାଗଡ଼ ସହରର ସିନ୍ଦୁରିଆରେ ବସବାସ କରୁଥିବା ମୁସଲିମ୍ ସଂପ୍ରଦାୟର ବ୍ୟକ୍ତିମାନେ ଘରେ ନମାଜ୍ ପାଠ କରିଥିବା ଜଣାଯାଇଛି । ସରକାରଙ୍କ କଟକଣାକୁ ସମ୍ମାନ ଦେବାକୁ ଯାଇ ମୁସଲିମ୍ ସଂପ୍ରଦାୟ ମସଜିଦ୍ ବନ୍ଦ କରିଥିବା ବେଳେ ସମସ୍ତେ ଘରେ ନମାଜ୍ ପାଠ କରିଛନ୍ତି । ସେହିଭଳି ରୋଜା ଉପବାସ ଘରେ ରଖିବା ସହ ସମୂହ ଖାଦ୍ୟ ଗ୍ରହଣକୁ ବନ୍ଦ କରାଯାଇଥିବା ଜଣାଯାଇଛି । ପବିତ୍ର ରମଜାନ୍ ମାସ ସାରା ଏହି ପରି ପାଳନ କରିବାକୁ ମୁସଲିମ୍ ସଂପ୍ରଦାୟ ନିଷ୍ପତ୍ତି ଗ୍ରହଣ କରିବା ସହ ପ୍ରଶଂସାର ପାତ୍ର ପାଲଟିଛି ।






