ଟାଙ୍ଗୀ , (ବାଘୁଆବାର୍ତ୍ତା): ଟାଙ୍ଗୀ ରବିବାର ଦିନ ରାମେଶ୍ଵର ଖେଳପଡିଆରେ ୩ୟ ବାର୍ଷିକ ରାମେଶ୍ଵର ପ୍ରମିୟର ଲିଗ ଟୁର୍ଣ୍ଣାମେଣ୍ଟ ଏସ.ଏସ.ବି.ବି ୱାରିୟର ଓ ଲାଏନ୍ସ ଫୋର୍ସ ରାମେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏସ.ଏସ.ବି.ବି ଟସ ଜିତି ବ୍ୟାଟି କରି ନିର୍ଦ୍ଧାରିତ ୩ ଉଇକେଟ ବିନିମୟରେ ୧୦୮ ରନ ହାସଲ କରି ଚମ୍ପିଆନ ହୋଇଥିବା ଜଣାପଡିଛି ।
ଜବାବରେ ଲାଏନ୍ସ ଫୋର୍ସ ରାମେଶ୍ବର ସମସ୍ତ ଉଇକେଟ ହରାଇ ୮୭ ରନ ସଂଗ୍ରହ କରି ବିଜେତା ହୋଇଥିବା ଜଣାପଡିଛି I ମ୍ୟାନ ଅଫ ମ୍ୟାଚ ଏସ.ଏସ.ବି.ବି ଦଳର ଓମ ପ୍ରସାଦ ମହାପାତ୍ରଙ୍କୁ ବିବେଚିତ କରାଯାଇଥିଲା । ମ୍ୟାଚ ପରିଚାଳନା କରିଥିଲେ ସାନ୍ତନ୍ତି ସ୍ଵାଇଁ ଓ ଦିପକ ସାହୁ । ସାମ୍ବାଦିକ ମାନସ ପଟ୍ଟନାୟକ ଓ ଲିଗର ଉପଦେଷ୍ଟା ଚକ୍ରଧର ବାରିକ ଅତିଥି ରୂପେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଅଜୟ ସାହୁ, ସଂଗ୍ରାମ କେଶରୀ ପଣ୍ଡିତ, ଗୋବର୍ଦ୍ଧନ ସେଠୀ, କାହ୍ନୁଚରଣ ନାୟକ, ବିଜୟ ଶ୍ରୀଚନ୍ଦନ ଓ ରଘୁନାଥ ପ୍ରଧାନ ପ୍ରମୁଖ ସକ୍ରିୟ ସହେଯାଗ କରିଥିଲେ । ବିଜୟୀ ଦଳକୁ ୮ ହଜାର ଟଙ୍କାର ଚେକ ସହିତ ଚମ୍ପିୟାନ ଟ୍ରଫି ଓ ବିଜେତା ଦଳକୁ ୬ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଉଭୟ ଦଳର ଖେଳାଳିମାନଙ୍କୁ ପଦକ ଦେଇ ସମ୍ବଦ୍ଧିତ କରାଯାଇଥିଲା ।