Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାମଦେବଙ୍କ ବଢ଼ିଲା ଅଡୁଆ, କଳା ବ୍ୟାଜ ପିନ୍ଧି କାମ କରିବେ ଡାକ୍ତର

by ସଞ୍ଜୟ ସ୍ୱାଇଁ
May 30, 2021
in NATIONAL NEWS
ରାମଦେବଙ୍କ ବଢ଼ିଲା ଅଡୁଆ, କଳା ବ୍ୟାଜ ପିନ୍ଧି କାମ କରିବେ ଡାକ୍ତର
166
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ରାମଦେବ ବାବାଙ୍କ ପାଇଁ ବଢ଼ିଲା ଅଡୁଆ । ଡାକ୍ତରଙ୍କୁ ନେଇ ଯୋଗ ଗୁରୁ ବାବା ରାମଦେବଙ୍କ ବିବୃତ୍ତି ଦିନକୁ ଦିନ ତେଜିବାରେ ଲାଗିଛି । ପ୍ରତି ଦିନ ନୂଆ ନୂଆ ବାବା ରାମଦେବଙ୍କ ଅସୁବିଧା ବଢିବାରେ ଲାଗିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପରେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ ବାବାଙ୍କୁ ଆଇନଗତ ନୋଟିସ୍ ଦେଇସାରିଛି । ବର୍ତ୍ତମାନ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ ଇଣ୍ଡିଆ ଜୁନ୍ ୧ରେ ସାରା ଦେଶରେ କଳା ଦିବସ ପାଳନ କରିବାକୁ ଘୋଷଣା କରିଛି । ଭାକସିନ ଏବଂ ଏଲୋପାଥି ସମ୍ବନ୍ଧରେ ବାବା ରାମଦେବଙ୍କ ବିବୃତ୍ତିରେ ନେଇ ତାଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଗଠନ ବିରୋଧ ପ୍ରଦର୍ଶନକୁ ତୀବ୍ର କରିବାକୁ ଘୋଷଣା କରିଛି । ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ ଇଣ୍ଡିଆ ସଭାପତି ଡାକ୍ତର ମନୀଷ କହିଛନ୍ତି ଯେ ଏହି ଅନୁଷ୍ଠାନ ସହ ଜଡିତ ଦେଶର ସମସ୍ତ ରେସିଡେଣ୍ଟ ଡାକ୍ତର ଜୁନ ୧ରେ କଳାଦିବସ ପାଳିବେ। ଡାକ୍ତର ମନୀଷ କହିଛନ୍ତି ଯେ କରୋନା ଡ୍ୟୁଟିରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ପିପିଏ କିଟ୍ ଉପରେ ଏକ କଳା ବ୍ୟାଜ୍ ବାନ୍ଧି କାମ କରିବେ । ଡାକ୍ତରମାନେ ତାଙ୍କର ହ୍ୱାଟସ୍ ଆପର ଡିପିକୁ ବ୍ଲାକ କରିବେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!