Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାବା ରାମଦେବଙ୍କ ବିରୋଧରେ ହେଉ ଦେଶଦ୍ରୋହ ମାମଲା

by ସଞ୍ଜୟ ସ୍ୱାଇଁ
May 27, 2021
in NATIONAL NEWS
ବାବା ରାମଦେବଙ୍କ ବିରୋଧରେ ହେଉ ଦେଶଦ୍ରୋହ ମାମଲା
106
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ବାବା ରାମଦେବଙ୍କ ବିରୋଧରେ ହେଉ ମୋକଦ୍ଦମା । ଇଣ୍ଡିଆନ ମେଡିକାଲ ଆଶୋସିଏସନ ବା ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ଜଣାଇଛନ୍ତି । ଯୋଗଗୁରୁ ବାବା ରାମଦେବଙ୍କ ବିରୁଦ୍ଧରେ ଦେଶଦ୍ରୋହ ମୋକଦ୍ଦମା କରାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି । ଦେଶରେ ଏଲୋପାଥି ଡାକ୍ତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାମଦେବ ବାବା । ରାମଦେବ ବାବା ନିଜର ଗୋଟିଏ ବାର୍ତ୍ତାରେ କହିଥିଲେ ଯେ ଅନେକ ଡାକ୍ତର ଦେଶରେ ଭ୍ୟାକ୍ସିନ ନେବା ପରେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ଓ ସେ ଏଲୋପାଥି ଚିକିତ୍ସା ବିଷୟରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ସରକାରଙ୍କ କରୋନା ଚିକିତ୍ସାରେ ପ୍ରୋଟୋକଲକୁ ଉଲ୍ଲଘଂନ କରିଥିବା ଅଭିଯୋଗରେ ବାବା ରାମଦେବଙ୍କ ବିରୋଧରେ ମାମଲା ରୁଜୁ କରାଯାଉ ବୋଲି ଆଇଏମଏ ନିଜ ପତ୍ରରେ ଲେଖିଛନ୍ତି । ମେଡିକାଲ ଆଶୋସିଏସନ ପକ୍ଷରୁ ବାବା ରାମଦେବଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରାଯିବା ସହ ୧୫ ଦିନରେ କ୍ଷମା ମାଗନ୍ତୁ ବାବା ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି । ତା ସହ ୧୦୦୦ କୋଟିର କ୍ଷତିପୂରଣ ମଧ୍ୟ ପତଞ୍ଜଳୀ କମ୍ପାନୀ ତରଫରୁ ଦିଆଯାଉ ବୋଲି ଆଶୋସିଏସନ ତରଫରୁ କୁହାଯାଇଛି । କରୋନା ସମୟରେ ବାବାଙ୍କ ଅନେକ ବୟାନ ଚର୍ଚ୍ଚାର ପରିସରକୁ ଆସିଥିଲା । ବାବା ରାମଦେବଙ୍କ କମ୍ପାନୀ ତରଫରୁ ତିଆରି ହୋଇଥିବା କରୋନିଲ ଔଷଧର ଶୁଭାରମ୍ଭ ଦିନ ଦେଶରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଯୋଗା ଦେବାକୁ ନେଇ ମଧ୍ୟ ଚର୍ଚ୍ଚା ସାମନାକୁ ଆସିଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!