Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରମ୍ଭା ଚନ୍ଦନ ଯାତ୍ରା, ଅପେରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ

by ସଞ୍ଜୟ ସ୍ୱାଇଁ
May 21, 2025
in State
ରମ୍ଭା ଚନ୍ଦନ ଯାତ୍ରା, ଅପେରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ
92
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତିର ଏନ୍ତୁଡ଼ିଶାଳ । ଏହି ଜିଲ୍ଲାର କଳା ଓ କଳାକାର ବିଶ୍ୱ ଦରବାରରେ ଖ୍ୟାତି ଅର୍ଜନ କରିଛି । କଳା, ସଂସ୍କୃତିରେ ପରିପୂର୍ଣ୍ଣ ଏହି ଜିଲ୍ଲାରେ ବେଶ କିଛି ସମୟ ଧରି ଦେଖାଦେଇଛି ଅପସଂସ୍କୃତି ଓ ଅଶ୍ଳୀଳତା । ମଞ୍ଚରେ ମନୋରଞ୍ଜନ ନାମରେ ଆରମ୍ଭ ହୋଇଥିବା ଆଇଟମ ନୃତ୍ୟ ବର୍ତ୍ତମାନ ସୀମା ଲଙ୍ଘିଛି । ମାତ୍ର କେଇ ସମୟ ପାଇଁ କିଛି ନାଁ କରା ଆଇଟମ ଗାର୍ଲ ମଞ୍ଚରେ ମନୋରଞ୍ଜନ ନାଁରେ ଉଲଗ୍ନ ହୋଇ ନାଚୁଛନ୍ତି , ଆଉ ଯାହାକୁ ମନ ଭରି ଉପଭୋଗ କରୁଛନ୍ତି ଶହ ଶହ ଦେଖଣାହାରୀ । ଗଞ୍ଜାମ ଜିଲ୍ଲା ରମ୍ଭା ଚନ୍ଦନ ଯାତ୍ରା ଉପଲକ୍ଷେ ମଂଚସ୍ଥ ଯାତ୍ରା ରାଜନନ୍ଦିନୀ ମଞ୍ଚ ଉପରେ ଦେଖିବାକୁ ମିଳିଛି ଅଶ୍ଳୀଳ ନୃତ୍ୟ। ଲକ୍ଷାଧିକ ଟଙ୍କା ଦେଇ ଯାତ୍ରା ପାଇଁ କମିଟି ଅପେରା ରାଜନନ୍ଦିନୀ ଆଣିଥିଲେ । ହେଲେ ଭିଡ଼ କମ୍ ହୋଇ ବେପାର ଧିମା ଥିବାରୁ କମିଟି ଜଣେ ନାଁ କରିଥିବା ଆଇଟମ ଗାର୍ଲକୁ ଡକେଇଥିଲେ । ନାଟକ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ଆଇଟମ୍ ଗାର୍ଲ ମଞ୍ଚରେ ମାଇକ ଧରି ପ୍ରବେଶ କରିଥିଲେ । ଅଳ୍ପ ସମୟ ମଧ୍ୟରେ ବାଜିଲା ସୁପର ହିଟ ହିନ୍ଦୀ ଚଳଚ୍ଚିତ୍ର ମୋହରାର ହଟଗୀତ “ଟିପି ଟିପି ବରସା ପାନୀ” । ସେ ଗୀତର ତାଳେ ତାଳେ ନାଚିଥିଲେ ଆଇଟମ ଗାର୍ଲ ଜଣକ । ମଂଚ ଉପର ଭାଗରୁ ତାଙ୍କ ଉପରେ ପଡୁଥିଲା ପାଣି । ନିଜେ ମସଗୁଲ ହୋଇ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରି ନୃତ୍ୟ ଭିତରେ ନିଜେ ଅର୍ଦ୍ଧ ଉଲଗ୍ନ ହୋଇ ଆଇଟମ ଗାର୍ଲ ଜଣକ ସବୁ ସୀମା ଲଙ୍ଘିଥିଲେ । ଉପସ୍ଥିତ ଯାତ୍ରା କମିଟି, ପୋଲିସ, ପ୍ରଶାସନ, ସାଧାରଣ ଜନତା ସବୁ ନୀରବ ଦ୍ରଷ୍ଟା ପାଲଟିଥିଲେ । ନିଜ ନିଜ ମୋବାଇଲରେ ସମସ୍ତେ ଚିତ୍ର ଓ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଥିଲେ । ଚନ୍ଦନ ଯାତ୍ରା ଭଳି ଏକ ଆଧ୍ୟାତ୍ମିକ ଓ ପବିତ୍ର କାର୍ଯ୍ୟକ୍ରମରେ ଏଭଳି ଅଶ୍ଳୀଳ ନୃତ୍ୟ ସଭ୍ୟ ସମାଜ ପ୍ରତି ବିଦ୍ରୁପ ସଦସ୍ୟ । ଏଭଳି ଘଟଣାକୁ ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜଗୋପାଳ ପାଢ଼ୀ ଦୃଢ଼ ନିନ୍ଦା କରିଥିବାବେଳେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସଂସ୍କୃତି ଗବେଷକ ଡ଼. ହୃଷିକେଶ ପାଣିଗ୍ରାହୀ ଏଭଳି ଘଟଣା ସଭ୍ୟ ସମାଜ ପାଇଁ ଶୁଭଙ୍କର ନୁଁହ ବୋଲି କହିବା ସହ ଏହା ସମ୍ପୂର୍ଣ୍ଣ ବନ୍ଦ ହେବା ଉଚିତ ବୋଲି କହିଛନ୍ତି । ପ୍ରଶାସନର ମନା ସତ୍ତ୍ୱେ ଯେଉଁମାନ ଏଭଳି ଅଶ୍ଳୀଳତା କରୁଛନ୍ତି ତାକୁ ପୋଲିସ ଓ ପ୍ରଶାସନ ଉଚିତ ଦଣ୍ଡବିଧାନ କରୁ ବୋଲି ବ୍ରହ୍ମପୁର କଳାକାର ଏକତା ମଂଚର ସଭାପତି ଅନିଲ ପାତ୍ର କହିଛନ୍ତି । ନାଟ୍ୟ ଗବେଷକ ଡ. ମିହୀର ତ୍ରିପାଠୀ ଏଭଳି ଅପସଂସ୍କୃତି ଓ ଅଶ୍ଳୀଳତା ଅକ୍ଷମଣୀୟ ବୋଲି କହିଛନ୍ତି । ନାଟ୍ୟ ସଂଗଠକ ଭବାନୀ ଶଙ୍କର ମିଶ୍ର, କୈଳାସ ପାଣିଗ୍ରାହୀ, ନାରାୟଣ ମହାଙ୍କୁଡ଼, ସୁନିଲ ସ୍ୱାଇଁ, ସିଏଚ.ଦେବଦାସ, ଦିନବନ୍ଧୁ ଶତପଥୀ, ସୁନିଲ ସ୍ୱାଇଁ ପ୍ରମୁଖ ଘଟଣାକୁ ନିନ୍ଦା କରିଛନ୍ତି । ରମ୍ଭା ଚନ୍ଦନ ଯାତ୍ରାରେ ଚାଲିଥିବା ଅପେରା ମଞ୍ଚ ଉପରେ ପରିବେଷିତ ଅଶ୍ଳୀଳ ନୃତ୍ୟ କଳା ଓ ସଂସ୍କୃତିପ୍ରେମୀଙ୍କ ସହ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ପୋଲିସ ତରଫରୁ ଏକ କେଶ ଯାତ୍ରା ପାଇଁ ଅନୁମତି ନେଇଥିବା ସଦସ୍ୟଙ୍କ ବିରୁଦ୍ଧରେ ହୋଇଥିବା ରମ୍ଭା ଥାନା ଆଇଆଇସି କୁମାର ମୁଦୁଲି ସୂଚନା ଦେଇଛନ୍ତି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!