ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପତ୍ନୀ ହତ୍ୟା ଅଭିଯୋଗରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ । ଦୋଷୀ ସାବ୍ୟସ୍ତ ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତୀ ଗମାଙ୍ଗ । ୧୯୯୫ ମସିହାରେ ନିଜ ସ୍ତ୍ରୀକୁ ପୋଡ଼ି ମାରିଥିଲେ ରାମମୂର୍ତ୍ତୀ । ୪ ନମ୍ବର ଏମଏଲଏ କଲୋନୀରେ ପତ୍ନୀଙ୍କୁ ପୋଡି ମାରି ଦେଇଥିଲେ । ୨୬୮/୧୩ ରେ ୧୯୯୫ ମସିହାରେ ମାମଲା ରୁଜୁ ହୋଇଥିଲା । ପୂର୍ବତନ ବିଧାୟକଙ୍କ ବିରୋଧରେ ୧୧ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ୪ଟି ପ୍ରମାଣ ଦସ୍ତାବିଚ କୋର୍ଟରେ ଉପସ୍ଥାପିତ କରାଯାଇଥିଲା । ଭୁବନେଶ୍ୱର MLAMP ସ୍ପେଶାଲ କୋର୍ଟରେ ହୋଇଥିଲା ଶୁଣାଣି । ସରକାରୀ ଓକିଲ ଭାବେ ଲଡୁଥିଲେ ରଶ୍ମିରଂଜନ ବ୍ରହ୍ମା । ପୂର୍ବରୁ ସେ ବିଜେଡିରେ ଥିବାବେଳେ ପରେ ସେ ବିଜେପିରେ ଯୋଗ ଦେଇଥିଲେ ।





