ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପକ୍ଷରୁ ସମ୍ପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ହାଇସିଂ ବୋର୍ଡ ନିକଟରେ ଗଢ଼ି ଉଠିଥିବା ବିଦ୍ୟାଳୟର ନିଜସ୍ୱ ଜାଗାରେ ଏହି ଗଛଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ଦିବସରେ ଆମ୍ବ, କଦଳୀ, ବେଲ, ସଜନା, ଡାଳିମ୍ବ, ପଣସ, ତୁଳସୀ, ଟଗା ଆଦି ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହରିହର ପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ନିରଞ୍ଜନ ପାତ୍ର, ଗାୟତ୍ରୀ ମହାପାତ୍ର, ଜଗତକଲ୍ୟାଣ କାଶ୍ୟପ, ପ୍ରିୟମ୍ବଦା ମହାପାତ୍ର, ଶୋଭାରାଣୀ ସାହୁ, କାଳିଚରଣ ଡାକୁଆ ଆଦି ବହୁ ସଭ୍ୟ ଓ ଗୁରୁଜୀ ଗୁରୁମା ଯୋଗ ଦେଇଥିଲେ ।






