ଚେତନାରୁ ବସ୍ତୁର ସୃଷ୍ଟି : ରାଜ୍ୟପାଳ, ଗବେଷଣା ଦ୍ୱାରା ସବୁ ସମ୍ଭବ : ଅରୁଣ
ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ପଂଚମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ତଥା କୂଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ବିଶ୍ୱ, ବିଶ୍ୱବିଦ୍ୟାଳୟ ଓ ବିଶ୍ୱମାନବ ମଧ୍ୟରେ ସମନ୍ନୟ ରହିବା ଦରକାର ବୋଲି କହିଛନ୍ତି ।ଭାରତୀୟ ସଂସ୍କୃତି ଓ ପରମ୍ପରାରରେ ନାରୀମାନଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି । ଯେଉଁ ସମାଜରେ ନାରୀ ମାନଙ୍କର ଅନ୍ତନିର୍ହିତ ଶକ୍ତି ଓ ସାମର୍ଥର ପ୍ରକାଶ ଓ ବିକାଶ ନିମନ୍ତେ ଅନୂକୂଳ ପରିବେଶ ଥାଏ, ସେ ସମାଜ ସମୃଦ୍ଧ ବିବେଚିତ ହୁଏ । ଏହା ସହିତ ଚେତନାରୁ ବସ୍ତୁର ସୃଷ୍ଟି ବୋଲି ରାଜ୍ୟପାଳ କହିବା ସହ ଚେତନା ଦୃଷ୍ଟି କୋଣରୁ ସବୁର ମୁଲ୍ୟାୟନ ହେବା ଆବଶ୍ୟକ ବୋଲି କହିଥିଲେ । ଏହି ପ୍ରରିପେକ୍ଷିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିଶ୍ୱବିଦ୍ୟାଳୟ ଗବେଷଣାକୁ ଅଧିକ ଗୁରୁତ୍ୱ ଦେବାକୁ କହିବା ସହିତ ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂମ୍ପର୍କରେ ସୂଚନା ଦେଇଥିଲେ । ଏହି ଉତ୍ସବରେ କୂଳପତି ଡ. ପଦ୍ମଜା ମିଶ୍ର, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ଡ. ସରିତା ଶୂପକାର, କୂଳ ସଚିବ ଇତିଶ୍ରୀ ଦାଶ ପ୍ରମୂଖ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ । କୃତ୍ତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ନବ ନିର୍ମିତ ପ୍ରଶାସନିକ ଶୈାଧକୁ ରାଜ୍ୟପାଳ ଲୋକାର୍ପଣ କରିଥିଲେ ।







