ନୟାଗଡ଼,(ବାଘୁଆବାର୍ତ୍ତା); ଆସନ୍ତା କାଲି ନୂତନ ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମ ରାମଚନ୍ଦ୍ରପୁର ଗାଁରେ ଅନୁଷ୍ଠିତ ହେବ । ଏହି ଭୂମି ପୂଜନ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଭଟ୍ଟପୁର, ରାମଚନ୍ଦ୍ରପୁର ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଆସନ୍ତା କାଲି ୨୮ତାରିଖ ଦିନ ନୂତନ ମନ୍ଦିର ନିର୍ମାଣ କରିବା ପାଇଁ ଭୂମିପୂଜା କାର୍ଯ୍ୟ କରାଯିବ । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ କରକମଳରେ ଭୂମି ପୂଜନ କରାଯିବ । ତେଣୁ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଜନସାଧାରଣ କୋଭିଡ୍ କଟକଣା ପାଳନ କରି ଯୋଗ ଦେବେ ବୋଲି ଯୁବ ନେତା ଜ୍ୟୋତି ରଂଜନ ଦାଶ ସୂଚନା ଦେଇଛନ୍ତି ।






