ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆନୁକୁଲ୍ୟରେ ରାମ ମନ୍ଦିର ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ରାମମନ୍ଦିରଠାରେ ଆୟୋଜିତ ବୈଠକରେ ନୟାଗଡ଼ ଜିଲ୍ଲା ସଭାପତି ଭଗବାନ ସାହୁ ସଭାପତିତ୍ୱ କରିଥିଲେ । ବିଜେପି ଯୁବ ନେତା ସନ୍ତୋଷ ପ୍ରଧାନ, ବିଜେପି ନେତା ଶ୍ରୀକାନ୍ତ ଖଟେଇ, ପ୍ରହଲ୍ଲାଦ ବରାଡ଼ଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି । ଆଜି ପ୍ରଥମ ଦିନରେ ସୁଲୋଚନା ସାହୁ ନାମକ ଜଣେ ରାମ ଭକ୍ତ ୨୦ ଜାର ୧୧୧ଟଙ୍କା ଦାନ କରିଛନ୍ତି ।





