Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅମାନିଆଙ୍କୁ ସାବାଡ କରିବା ପାଇଁ ପୁଲିସର ନିଆରା ପଦକ୍ଷେପ…..

by ସଞ୍ଜୟ ସ୍ୱାଇଁ
May 18, 2021
in NATIONAL NEWS
ଅମାନିଆଙ୍କୁ ସାବାଡ କରିବା ପାଇଁ ପୁଲିସର ନିଆରା ପଦକ୍ଷେପ…..
294
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଅମାନିଆଙ୍କୁ ଅଜବ ଶାସ୍ତି । ନିୟମ ଭାଙ୍ଗିଲେ ଲେଖିବାକୁ ହେବ ରାମ ନାମ । କରୋନା ସଂକ୍ରମଣ ଦିନକୁ ଦିନ ଅଧିକ ସକ୍ରିୟ ହେଉଥିବା ବେଳେ, ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ଲକଡାଉନ ଏବଂ ସଟଡାଉନ ଭଳି କଟକଣା ଜାରି କରିଛନ୍ତି ଦେଶର ବିଭିନ୍ନ ରାଜ୍ୟ । ବନ୍ଦ ରହୁଛି ଦୋକାନ ବଜାର, ଆଉ ଖାଁ ଖାଁ ରାସ୍ତାଘାଟ । କିନ୍ତୁ କିଛି ଏମିତି ଅମାନିଆ ଅଛନ୍ତି, ଯେଉଁମାନେ କରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ କରିବା ସହ କିଛି କାମ ନଥିଲେ ବି ବାହାରେ ବୁଲାବୁଲି କରୁଛନ୍ତି । ଏମିତି ଅମାନିଆଙ୍କୁ ଏବେ ଅଜବ ଶାସ୍ତି ଦେଉଛି ମଧ୍ୟପ୍ରଦେଶର ସତନା ଜିଲ୍ଲା ପ୍ରଶାସନ । ରାମ ନାମ ଲେଖ, ଦଣ୍ଡରୁ ମୁକ୍ତି ପାଅ । ଅମାନିଆଙ୍କୁ ମିଳୁଛି ଅଜବ ଶାସ୍ତି, ରାମ ନାମ ଲେଖିବା ପରେ ଅମାନିଆଙ୍କୁ ଛାଡୁଛି ପୋଲିସ । ଗତବର୍ଷରୁ ଆରମ୍ଭ କରି ଏପର୍ଯ୍ୟନ୍ତ କରୋନା ଭାଇରସ ଚେନ ଭାଙ୍ଗିବାକୁ ଆମେ ଅନେକ କଟକଣାର ସାମ୍ନା କରିଛେ । ଏବଂ ଯେଉଁମାନେ ଏହି ନିୟମକୁ ନମାନନ୍ତି, ସେମାନଙ୍କଠୁ ପୁଲିସ ଫାଇନ ଆଦାୟ କରିଥାଏ କିମ୍ବା କିଛି ଦଣ୍ଡ ଦେଇଥାଏ । କିନ୍ତୁ ଅମାନିଆଙ୍କୁ ଏମିତି ଶାସ୍ତି ଆପଣ ଆଗରୁ କେଉଁଠି କେବେ ନା ଦେଖିଥିବେ ନା ଶୁଣିଥିବେ । ଯେଉଁ ଲୋକମାନେ କୋଭିଡ ନିୟମର ଉଲ୍ଲଂଘନ କରୁଛନ୍ତି, ବିନା କୌଣସି କାମରେ ବାହାରେ ବୁଲାବୁଲି କରୁଛନ୍ତି, ସେମାନଙ୍କୁ ରାମ-ରାମ ଲେଖା କରାଉଛି ପୋଲିସ । ଯେପରିକି ନିୟମ ଭାଙ୍ଗୁଥିବା ଲୋକଙ୍କୁ ସଦବୁଦ୍ଧି ମିଳିବ । ଏବଂ ଲୋକେ ଅଜଥାରୁ ଘରୁ ବାହାରକୁ ବାହାରିବେ ନାହିଁ । ତେବେ ମଧ୍ୟପ୍ରଦେଶ ସତନା ଜିଲ୍ଲା ପ୍ରଶାସନର ଏପରି ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଶାସ୍ତି ଦେବା ପାଇଁ ନିଜ ଟଙ୍କାରୁ ପୁଲିସ ଅଧିକାରୀ ନାମ ନାମ ଲିଖିତ ପୁସ୍ତକ କିଣୁଛନ୍ତି । ଏବଂ ନିୟମ ଭାଙ୍ଗୁଥିବା ଅମାନିଆଙ୍କୁ ଏହି ପୁସ୍ତିକାରେ ୪-୪ ପେଜ ରାମନାମ ଲେଖିବା ପାଇଁ କହୁଛନ୍ତି । କରୋନା ସହ ଲଢ଼େଇ ଭିତରେ ସମସ୍ତଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି । ବିଶେଷ କରି କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଅଧିକ ଭୟଙ୍କର ହେଉଥିବାରୁ କୋଭିଡର ସମସ୍ତ ନିୟମ ମାନିବା ଜରୁରୀ । ଲକଡାଉନ ଏବଂ ସଟଡାଉନ ଭଳି କଟକଣା ଲୋକଙ୍କ ଭଲ ପାଇଁ ଜାରି କରାଯାଉଛି । ଯେପରି ଲୋକେ ଅଯଥା ଗହଳିରୁ ଦୂରେଇ ରହିବେ । ଘରେ ରହିବା ସହିତ ସୁରକ୍ଷିତ ରହିବେ । କିନ୍ତୁ କିଛି ଅମାନିଆ ସଂକ୍ରମଣକୁ ବେଖାତିର କରି କିଛି କାମ ନଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ବାହାରେ ବୁଲାବୁଲି କରୁଛନ୍ତି । ଯେଉଁଥିପାଇଁ ସେମାନେ ନିଜେ ସଂକ୍ରମିତ ହେବା ସହ ଅନ୍ୟମାନଙ୍କ ପାଇଁ ବିପଦର କାରଣ ବି ସାଜିପାରନ୍ତି । ତେଣୁ ସତର୍କ ହୁଅନ୍ତୁ, ସୁରକ୍ଷିତ ରହନ୍ତୁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!