ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦିଲ୍ଲୀରୁ ରାଲି ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛି ଏନଏସଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ । ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କାର ରାଲି ଦିଲ୍ଲୀରି ବାହାରିଥିଲା । ଦିଲ୍ଲୀର ଲାଲକିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଏନଏସଜି କାର୍ ରାଲି ଆଜି ଭୁବନେଶ୍ୱରରେ ପହଞ୍ଚିଛି । ଏହି ଅବସରରେ ପୋଲିସ ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ପୁଲିସ୍ ଡିଜି ଅଭୟ ଏନଏସଜି କମାଣ୍ଡୋଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦେଶପ୍ରେମର ବାର୍ତ୍ତା ନେଇ ସହରରୁ ସହର ପରିଭ୍ରମଣ କରୁଛନ୍ତି ଏନଏସଜି ଟିମ୍ । ଦେଶର ୧୨ଟି ରାଜ୍ୟର ୧୮ଟି ସହର ଦେଇ ଏହି ରାଲି ଯାଇଛି । ଏଥିରେ ୪୯ ଜଣ କମାଣ୍ଡୋ ୭ହଜାର ୫୦୦ କିଲୋମିଟର ରାଲିରେ ବାହାରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ଏନଏସଜି ଟିମକୁ ସ୍ୱାଗତ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନେଶ୍ୱର ପରେ ଗୋପାଳପୁର ଦେଇ ହାଇଦ୍ରାବାଦ ଯିବ ଏହି ଏନଏସଜି ଟିମ୍ ।






