ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ସପ୍ତାହ ବ୍ୟାପି ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଅଗଷ୍ଟ ୯ କ୍ରାନ୍ତି ଦିବସଠାରୁ ଅଗଷ୍ଟ ୧୫ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଏହି ଅବସରରେ ୯ ତାରିଖ ରବିବାର ନୟାଗଡ଼ ପୈାରାଞ୍ଚଳ ଅଂଚଳର ଜନସାଧାରଣଙ୍କୁ ନେଇ ନୟାଗଡ଼ ବିଜେଡି ଦଳୀୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ୧୦ ତାରିଖ ଓଡ଼ଗାଁ ଏନ୍ଏସି ଏବଂ ୧ନଂ ଜୋନ୍ ଅଂଚଳରୁ ରକ୍ତଦାନ ଶିବିର ସରକାରୀ ବିଦ୍ୟାଳୟ ଓଡ଼ଗାଁରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ସେହିଡ଼ଳି ଭାବେ ୧୧ ତାରିଖ ବାଲୁଗାଁ ଜୋନ୍, ୧୨ ତାରିଖ ଭାଟସାହି ଜୋନ୍, ୧୩ ତାରିଖ ଲାଠିପଡ଼ା ଜୋନ୍ ପକ୍ଷରୁ ନୟାଗଡ଼ ଦଳୀୟ କାର୍ଯ୍ୟାଳୟରେ ରକ୍ତଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ୧୪ ତାରିଖ ଓଡ଼ଗାଁ ୨ନଂ ଜୋନ୍ ପକ୍ଷରୁ ଓଡ଼ଗାଁ ପ୍ରାଥମିକ ବିଦ୍ୟାଳୟରେ ରକ୍ତଦାନ ହେବାକୁ ଥିବା ବେଳେ ୧୫ ତାରିଖ ଇଟାମାଟି ଜୋନ୍ ପକ୍ଷରୁ ନୟାଗଡ଼ ଦଳୀୟ କାର୍ଯ୍ୟାଳୟରେ ରକ୍ତଦାନ କରାଯିବ ବୋଲି ସୂଚନା ମିଳିଛି ।






