ବିଜେଡି ରାଜ୍ୟସଭା ଘୋଷଣା
ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ସଭା ପାଇଁ ୪ ଜଣଙ୍କ ନାମ ଘୋଷଣା କରିଛନ୍ତି । ଉପକୂଳ ଓଡ଼ିଶାରୁ ସୁବାସ ସିଂଙ୍କୁ ରାଜ୍ୟସଭା ପାର୍ଥୀ କରିଥିବା ବେଳେ ପଶ୍ମିମ ଓଡ଼ିଶାରୁ ସୁଜିତ କୁମାରଙ୍କୁ ପାର୍ଥୀ କରାଯାଇଛି । ସେହିଭଳି ଉତ୍ତର ଓଡ଼ିଶାରୁ ମହିଳା କାର୍ଡ଼ ଖେଳି ନବୀନ ମମତା ମହନ୍ତଙ୍କୁ ପାର୍ଥୀ ଚୟନ କରିଥିବା ବେଳେ ଦକ୍ଷୀଣ ଓଡ଼ିଶାରୁ ମୁନା ଖାଁଙ୍କୁ ପାର୍ଥୀ ଭାବେ ଚୟନ କରାଯାଇ ରାଜ୍ୟ ରାଜନୀତିକୁ ତାଙ୍କ ବରିଷ୍ଠତାର ପରିଚୟ ଦେଖାଇଛନ୍ତି । ରାଜ୍ୟସଭା ଟିକେଟକୁ ନେଇ ଯେଉଁ ଆକଳନ କରାଯାଉଥିଲା ତାକୁ ପୂର୍ଣ୍ଣଚ୍ଛେଦ ପକାଇବା ସହ ନବୀନ ସାଂଗଠନିକ ଦକ୍ଷତାରେ ତୁଙ୍ଗ ନେତାଙ୍କୁ ଚୟନ କରିଛନ୍ତି । ଏଥିସହିତ ଅନ୍ୟ ଦୃଷ୍ଟିରେ ଦେଖିଲେ ନବୀନ ମହିଳା, ସଂଖ୍ୟାଲଘୁ, ଶ୍ରମିକ ସଂଗଠନ, ସାଂଗଠକିକ ଦକ୍ଷତା ଥିବା ୪ ପାର୍ଥୀଙ୍କୁ ଚୟନ କରିଛନ୍ତି । ପରାଜିତ ପାର୍ଥୀଙ୍କୁ ନବୀନ ଟିକେଟ ଦେଇ ନାହାନ୍ତି ।






