Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟସଭା ନିର୍ବାଚନରେ ବିଜେଡି ହାତକୁ ଯିବ ସମସ୍ତ ସିଟ୍, ଚର୍ଚ୍ଚାରେ ଅନେକ ନାଁ

by ସଞ୍ଜୟ ସ୍ୱାଇଁ
February 9, 2024
in Politics, State
ରାଜ୍ୟସଭା ନିର୍ବାଚନରେ ବିଜେଡି ହାତକୁ ଯିବ ସମସ୍ତ ସିଟ୍, ଚର୍ଚ୍ଚାରେ ଅନେକ ନାଁ
164
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଫେବ୍ରୁଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଓଡ଼ିଶାରେ ୩ଟି ଆସନ ପାଇଁ ହେବ ନିର୍ବାଚନ । ଏଥିପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନାମାଙ୍କନ ଶେଷ ତାରିଖ ରହିଛି ଫେବ୍ରୁଆରୀ ୧୫ ତାରିଖ । ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ଯଦି ପ୍ରତିଦ୍ବନ୍ଦ୍ବିତା ହୁଏ ତାହେଲେ ଫେବ୍ରୁଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଭିତରେ ମତଦାନ ହେବ । ସେହିଦିନ ସଂଧ୍ୟା ୫ଟା ରେ ରେଜଲ୍ଟ ପ୍ରକାଶ ପାଇବ । ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ଶାସକ ଦଳ ବିଜେଡି ସପକ୍ଷରେ ଯିବ । ରାଜ୍ୟସଭା ରେସ୍ । ରାଜ୍ୟର ୩ଟି ଆସନ ଲାଗି କାହା ମୁଣ୍ଡରେ ସିରପା ବାନ୍ଧିବ ବିଜେଡି । ଓଡିଶାର ୩ ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଫେବ୍ରୁଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଫେବ୍ରୁଆରୀ ୧୫ ତାରିଖ ନାମାଙ୍କନ ଶେଷ ତାରିଖ ରହିଛି। ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ । ଯଦି ପ୍ରତିଦ୍ବନ୍ଦିତା ହୁଏ ତାହାଲେ ୨୭ ଫେବ୍ରୁଆରୀ ସକାଳ ୯ଟାରୁ ଅପରାହ୍ନ ୪ଟା ଭିତରେ ମତଦାନ ହେବ । ସେହିଦିନ ସଂଧ୍ୟା ୫ଟା ରେ ଭୋଟ ଗଣତି କରାଯାଇ ଫଳା ଫଳ ଘୋଷଣା କରାଯିବ । ଏପ୍ରିଲ ୩ ତାରିଖରେ ରାଜ୍ୟର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ରାଜ୍ୟ ବିଧାନସଭା ସଂଖ୍ୟା ଗଣିତ କହୁଛି ୩ଟି ଯାକ ଆସନ ବିଜେଡି ହାତକୁ ଯିବା ସ୍ପଷ୍ଟ । ତେବେ ବିଜେଡିର କିଏ ସେଇ ୩ ପ୍ରାର୍ଥୀ ଯାହାଙ୍କ ନାଁରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରିବେ ତାକୁ ନେଇ ପଲିଟିକାଲ କରିଡରରେ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ବିଜେଡି ଏଥର ରାଜ୍ୟସଭା ଟିକେଟ ଧରାଇପାରେ । ଏଥି ସହ ରାଜ୍ୟସଭା ସାଂସଦ ଭାବେ ଅମର ପଟ୍ଟନାୟକଙ୍କୁ ରିପିଟ କରିପାରେ ଦଳ । ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପଶ୍ଚିମ ଓଡିଶାରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ବି ରାଜ୍ୟସଭା ରେସରେ ଥିବା ଶୁଣିବାକୁ ମିଳୁଛି । ସମସ୍ତଙ୍କ ଆକଳନ ବାହାରେ ରାଜନୀତି ଅଙ୍କ କଷୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଗୁରୁତ୍ବ ଦେଇ ଆସୁଛନ୍ତି । ତେଣୁ ଏଥର ଜଣେ ଜଣେ ମହିଳାଙ୍କୁ ପଠାଇ ପାରନ୍ତି । ଏମିତି ହେଲେ ମିଶନ ଶକ୍ତିରେ ଭଳ କାମ କରୁଥିବା କିଛି ମହିଳାଙ୍କ ନାଁ ବି ଆସିପାରେ । ଏହାବାଦ ଅବସର ନେଇଥିବା କିଛି ପ୍ରଶାସନିକ ଅଧିକାରୀଙ୍କ ନାଁ ବି ରାଜ୍ୟସଭା ରେସରେ ଥିବା ଚର୍ଚ୍ଚା ଚାଲିଛି । ତେବେ ବିଜେଡିର କିଛି ବରିଷ୍ଠ ନେତାଙ୍କ କହିବା କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ବାର୍ଥ ଲାଗି ସବୁବେଳେ ସଠିକ ନିଷ୍ପତ୍ତି ନେଇଥାନ୍ତି । ଏଥର ବି ସେ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ । ରାଜ୍ୟ ରାଜନୀତିରେ ଅନେକ ସମୟରେ ଅନେକ ଚର୍ଚ୍ଚା ହୁଏ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସମୟରେ ଏମିତି ନିଷ୍ପତ୍ତି ନିଅନ୍ତି ସବୁ ଆକଳନଠୁ ବାହାରେ ଥାଏ । ଏଥର ଯେହେତୁ ନିର୍ବାଚନ ରହିଛି ସେଥିଲାଗି ସେ ସବୁ ଦିଗରୁ ଅଙ୍କ କଷି ତିନି ଜଣଙ୍କୁ ଦିଲ୍ଲୀ ଟିକେଟ ଧରାଇବେ ଯାହା ଦଳ ଓ ରାଜ୍ୟବାସୀଙ୍କୁ ଏକ ବଡ ବାର୍ତ୍ତା ଦେବ ବୋଲି ଅନୁମାନ କରାଯାଉଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!