ନୟାଗଡ଼, (ବାଘୁଆବାର୍ତ୍ତା): ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟା ୪୫ରେ ନବୀନ ନିବାସରେ ଭିଡିଓ କନଫରେନସିଂ (ଭିସି) ଜରିଆରେ ପ୍ରଥମ କରି କ୍ୟାବିନେଟ୍ ବୈଠକ ନେବେ। ରାଜ୍ୟର ସମସ୍ତ ମନ୍ତ୍ରୀ ଭିସି ଜରିଆରେ ଏହି ବୈଠକରେ ଭାଗ ନେବେ। ଏହି ବୈଠକରେ ରାଜ୍ୟର କରୋନ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାର ଚର୍ଚ୍ଚା ଜୋର ଧରିଛି। ମୁଖ୍ୟତଃ ଲକ୍ଡାଉନ୍ ବୃଦ୍ଧି, କରୋନା ପାଇଁ ବିଧାୟକ ହାତ ପାଣ୍ଠି ବିନିଯୋଗ ସମ୍ପର୍କିତ ଆଲୋଚନା ହୋଇପାରେ। ଆସନ୍ତା ୧୨ ତାରିଖରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ଥିବାରୁ ଏନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। କରୋନ ସମ୍ପର୍କରେ ରାଜ୍ୟ କ୍ୟାବିନେଟ୍ କଣ ନିଷ୍ପତ୍ତି ନେବ , ଜଣାପଡ଼ିନଥିଲେ ମଧ୍ୟ, ରାଜ୍ୟର କରୋନା ସ୍ଥିତିକୁ ନେଇ ବଡ଼ ନିଷ୍ପତ୍ତି ନେଇ ଆଲୋଚନା ହେଉଛି।





