ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ରାଜ୍ୟ ସରକାର ଲକଡାଉନ କରିଥିବା ବେଳେ ରାଜସ୍ୱ ସୁବିଧା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ରାଜସ୍ୱ ରଥ ବ୍ୟବସ୍ଥା କରିଛନ୍ତି । ଆଜି ନୟାଗଡ଼ ତହିସଲ ପକ୍ଷରୁ ଗମ୍ଭାରିଡିହି, ଲାଠିପଡ଼ା, ଭୂତଡ଼ି ଗ୍ରାମରେ ରାଜସ୍ୱ ରଥ ପହଞ୍ଚି ସାଧାରଣ ଲୋକଙ୍କ ସେବା ଯୋଗାଇଛି । ଉକ୍ତ ଅଞ୍ଚଳରେ ପଟ୍ଟା ବଣ୍ଟନ କରାଯାଇଥିବା ନୟାଗଡ଼ ତହସିଲଦାର ଭିକାରୀ ସାହୁ ସୂଚନା ଦେଇଛନ୍ତି ।






