Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ କୁନ୍ଦ୍ରାଙ୍କର ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ୧୧ ଜଣଙ୍କୁ ଗିରଫ

by ସଞ୍ଜୟ ସ୍ୱାଇଁ
August 2, 2021
in Crime, NATIONAL NEWS
ରାଜ କୁନ୍ଦ୍ରାଙ୍କର ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ୧୧ ଜଣଙ୍କୁ ଗିରଫ
58
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଗିରଫ ରାଜ କୁନ୍ଦ୍ରା ଗିରଫ ହୋଇଥିବା ବେଳେ ପୋର୍ଣ୍ଣୋଗ୍ରାଫି ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି ଭିତରେ ତାଙ୍କ ଗିରଫଦାରୀର ହୋଇଛି ଖୁଲାସା। ରାଜଙ୍କ ବିରୋଧରେ ବଡ଼ ବୟାନ ଦେଲେ ସରକାରୀ ଓକିଲ। ଇ-ଟାଇମ୍ସର ରିପୋର୍ଟ ମୁତାବକ, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ ରାଜ କୁନ୍ଦ୍ରା। ସେ ହ୍ୱାଟସଆପ୍‌ ଗ୍ରୁପ ଚାଟ୍‌ ଏବଂ ଚାଟ୍‌ ଡିଲିଟ୍‌ କରୁଥଲେ। ଏଥିସହ ତାଙ୍କ ବିରୋଧରେ ଥିବା ଅନେକ ପ୍ରମାଣକୁ ନଷ୍ଟ କରିବାକୁ ରାଜ ପ୍ରୟାସ କରୁଥିଲେ ବୋଲି ସରକାରୀ ଓକିଲ ଅରୁଣା ପାଇ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି। ଅରୁଣା ପାଇ ଆହୁରି କହିଛନ୍ତି ଯେ, ମୁମ୍ବାଇ କ୍ରାଇମବ୍ରାଞ୍ଚ ଦୁଇଟି ଆପ୍‌ରୁ ୫୧ଟି ପର୍ଣ୍ଣ ଫିଲ୍ମ ସିଜ୍‌ କରିଛି। ଏହି ଦୁଇଟି ଯାକ ଆପ୍‌ ରାଜ କୁନ୍ଦ୍ରାଙ୍କ, ଯାହର ନାଁ ୱଲିଫେମ ଏବଂ ହଟ୍‌ସଟ୍‌। ଅରୁଣା ପାଇ ଏହା ମଧ୍ୟ କହିଛନ୍ତି, ଯେ ରାଜ କୁନ୍ଦ୍ରାଙ୍କ ତରଫରୁ ତାଙ୍କ ଭିଣେଇ ପ୍ରଦୀପ ବକ୍ସିଙ୍କ ସହ ତାଙ୍କ ହଟସଟ ଆପରେ ଏକ ଇମେଲ ମଧ୍ୟ ସେୟାର କରାଯାଇଛି। ରପୋର୍ଟ ମୁତାବକ, ଗତ ଜୁଲାଇ ୧୯ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ତେବେ ଏହି ଗିରଫଦାରୀକୁ ତାଙ୍କ ଓକିଲ କିନ୍ତୁ ଅବୈଧ ବୋଲି କହିଥିଲେ। ଏହାର ଜବାବରେ ସରକାରୀ ଓକିଲ ଅରୁଣା ପାଇ ବେମ୍ବ ହାଇକୋର୍ଟଙ୍କୁ ରାଜ କୁନ୍ଦ୍ରାଙ୍କ ଗିରଫଦାରୀର ପ୍ରକୃତ କାରଣ ବିଷୟରେ ସୂଚନା ଦେଇଛନ୍ତି। ୨୭ ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୪ ଦିନ ପୁଲିସ ହେପାଜତକୁ ପଠାଇ ଦେଇଥିଲେ। ବର୍ତ୍ତମାନ ରାଜ କୁନ୍ଦ୍ରା ଜେଲରେ ଅଛନ୍ତି। ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ପୁଲିସ ଏଯାଏଁ ୧୧ ଜଣଙ୍କୁ ଗିରଫ କରିସାରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!