ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୌପ୍ୟ ଜୟନ୍ତୀ ଅବସରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶତାଧିକ ମାତୃ ମଣ୍ଡଳୀ ସାଗରପୋଖରୀରୁ କଳସ ଶୋଭାଯାତ୍ରାରେ ଯାଇ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ବିଶ୍ୱଶାନ୍ତି କଲ୍ୟାଣ ନିମନ୍ତେ ବିଶାଳ କଳସ ଯାତ୍ରା ଆୟୋଜନ କରାଯାଇଥିବା ସୂଚନା ଦିଆଯାଇଥିଲା । ଏହି ସମାରୋହରେ ସଂକୀର୍ତ୍ତନ ମଣ୍ଡଳୀ ,୧୦୦ରୁ ଊଦ୍ଧ୍ୱର୍ ମାଆମାନଙ୍କ ସହ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ପରିଚାଳନା ସମିତିର ସଦସ୍ୟମାନେ ଯୋଗଦାନ କରି ସହର ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ବିଦ୍ୟାଳୟରେ ଗୋପୂଜନ କାର୍ଯ୍ୟକ୍ରମ ଓ ୨୧ଥର ହନୁମାନ ଚାଳିଶା ପାଠ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ନଗରରେ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଏବଂ ଉଦ୍ଦୀପନ୍ନା ଜାଗ୍ରତ ହୋଇଥିଲା ।