ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ସଦରବ୍ଲକ ଅନ୍ତର୍ଗତ ବିରୁଡ଼ାଠାରେ ଆଜି ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ରଥ ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ତହସିଲଦାର ଭିକାରୀ ସାହୁ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କଅଁର, ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମିତି ସଭ୍ୟ ଦୁର୍ଯ୍ୟୋଧନ ଜେନା ପ୍ରମୂଖ ଉପସ୍ଥିତ ରହିଛି । ଆଜି ରାଜସ୍ୱ ରଥ ବିରୁଡ଼ା, ବଡ଼ପଣ୍ଡୁସର, ଜହ୍ନିପଦା ପ୍ରଭୃତି ଅଞ୍ଚଳ ବୁଲି ପଟ୍ଟା ବଣ୍ଟନ କରିବ ବୋଲି ସୂଚନା ମିଳିଛି । ଆୟୋଜିତ କାର୍ଯ୍ୟକ୍ରମରେ ୪ ଜଣ ହିତାଧିକାରୀଙ୍କୁ ପଟ୍ଟ ପ୍ରଦାନ କରାଯାଇଛି ।






