Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିମୁଳିଆ ଥାନାର ଦ୍ୱାରସ୍ଥ ହେଲେ ରାଜଧାନୀ ଯାତ୍ରା ଅପେରାର ଖଳନାୟକ

by ସଞ୍ଜୟ ସ୍ୱାଇଁ
May 16, 2025
in State
ସିମୁଳିଆ ଥାନାର ଦ୍ୱାରସ୍ଥ ହେଲେ ରାଜଧାନୀ ଯାତ୍ରା ଅପେରାର ଖଳନାୟକ
130
VIEWS
Share on FacebookShare on Twitter

ସିମୁଳିଆ, (ବାଘୁଆବାର୍ତ୍ତା): ଯାତ୍ରା ମାଲିକ ଓ କଳାକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଦୈନିକ ରୋଚକ ପୂର୍ଣ୍ଣ ଘଟଣା ଓ ଅଭିଯୋଗ ସାମ୍ନାକୁ ଆସୁଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ରାଜଧାନୀ ଯାତ୍ରା ପାର୍ଟି ଗତ ୪ ଦିନ ଧରି ଯାତ୍ରାପାର୍ଟି ପଡ଼ିଥିବା ବେଳେ ଏହି ପାର୍ଟିର କଳାକାରଙ୍କୁ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ମିଳୁନଥିବା ଘଟଣା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ରାଜଧାନୀ ଅପେରାର ଚର୍ଚ୍ଚିତ ଖଳନାୟକ ମଣ୍ଟୁ । ଯାତ୍ରା ଅପେରା ମାଲିକ ପବିତ୍ର ପାତ୍ରଙ୍କ ନାଁରେ ଗୁରୁବାର ରାତିରେ ସିମୁଳିଆ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ମାଲିକ ତାଙ୍କୁ ଚଳିତ ବର୍ଷ ତିନି ମାସର ଦରମା ୧ ଲକ୍ଷ ୬୫ ହଜାର ଟଙ୍କା ବାକି ରଖିଛନ୍ତି ଏବଂ ଏ ସମ୍ପର୍କରେ ପବିତ୍ର ବାବୁଙ୍କୁ ଫୋନ କରିବା ପରେ ବି ସେ ଫୋନ ଉଠାଉ ନଥିବାର କହିଛନ୍ତି । ପୂର୍ବରୁ ମଧ୍ୟ ପ୍ରାପ୍ୟ ବାକି ରହିଛି କିନ୍ତୁ, ବାବୁ ସବୁ ଟଙ୍କା ଦେଇଦେଇଛନ୍ତି ବୋଲି ମିଥ୍ୟା କଥା କହି ତାଙ୍କୁ ଭଣ୍ଡାଉଥିବାର କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି ଖଳନାୟକ ମଣ୍ଟୁ । ଶେଷରେ ସେ ନିରାଶ ହୋଇ ପୋଲିସର ଆଶ୍ରୟ ନେଇଛନ୍ତି । ବାବୁ ତାଙ୍କର ପ୍ରାପ୍ୟ ଦେଇ ଦିଅନ୍ତୁ ବୋଲି ସେ ହାତ ଯୋଡ଼ି ନେହୁରା ହୋଇଛନ୍ତି । କେବଳ ମଣ୍ଟୁ ନୁହନ୍ତି ତାଙ୍କ ପରି ଅନେକ କଳାକାର ମାଲିକ ପବିତ୍ରଙ୍କ ନାଁରେ ଏକାଧିକ ଅଭିଯୋଗ ଆଣୁଛନ୍ତି । ଯାତ୍ରା କଳାକାରମାନେ ଯାତ୍ରା ପେଣ୍ଡାଲରେ କଠିନ ପରିଶ୍ରମ କରି ମାଲିକଙ୍କୁ ଭଲ ରୋଜଗାର ଦେଉଥିବା ବେଳେ ମାଲିକମାନେ କାହିଁକି କଳାକାରମାନଙ୍କୁ ଦରମା ଦେଉନାହାନ୍ତି ? ଏ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ସହକାରେ ତଦନ୍ତ କରୁଛନ୍ତି । ଅନ୍ୟପଟେ ଏ ପର୍ଯ୍ୟନ୍ତ ଯାତ୍ରା ମାଲିକ ପବିତ୍ର ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!