Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜସୁନାଖଳା ଫାଣ୍ଡିରେ ଯୋଗଦେଲେ ନୂଆ ଏସ୍‌ଆଇ, ସୋମବାର ରାସ୍ତାରୋକ

by Anil Panda
June 21, 2020
in Lifestyle
ଫାଣ୍ଡି ଅଧିକାରୀଙ୍କ ବଦଳି ପ୍ରତିବାଦରେ ଗଣଧାରଣା
40
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ଅନେକ ପୁଲିସ ଅଧିକାରୀଙ୍କ ବ୍ୟବହାର, ନୀତିଗତିକୁ ନେଇ ଜନଅସନ୍ତୋଷ ସୃଷ୍ଟି ହେଉଥିବା ବେଳେ ଏନେଇ ଅନେକ ଅଭିଯୋଗ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଆସୁଛି । ଅନେକ ପୁଲିସ ଅଧିକାରୀଙ୍କ କିଭଳି ବଦଳି ହେବ ସେ ନେଇ ସାଧାରଣ ଲୋକଙ୍କଠାରୁ ନେତା ପର୍ଯ୍ୟନ୍ତ ଅନେକ ଲୋକ ଦିନ ଗଣୁଛନ୍ତି । ମାତ୍ର ଗତକାଲି ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରଦୀପ ସାମଲଙ୍କ ବଦଳି ବାତିଲ୍ କରିବା ଦାବିରେ ଫାଣ୍ଡି ସାମନାରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା । ୯ଟି ପଂଚାୟତର ଲୋକମାନେ ଏହି ଧାରଣାରେ ସାମିଲ ହୋଇଥିଲେ । ଦୀର୍ଘ ସମୟ ଧରି ଲୋକମାନେ ଧାରଣାରେ ବସିଥିବା ବେଳେ ଅପରାହ୍ନ ୧ଟା ବେଳକୁ ରଣପୁର ଥାନା ଅଧିକାରୀ ରଶ୍ମୀ ରଂଜନ ଦାଶ ରାଜସୁନାଖଳା ପାଣ୍ଡିରେ ପଂହଚି ଧାରଣା ଦେଇଥିବା ଲୋକଙ୍କ ସହ ଆଲୋଚନା କରିଥିଲେ । ଲୋକମାନେ ନିଜ ଜିଦ୍‌ରେ ଅଟଳ ଥିବାରୁ ଥାନା ଅଧିକାରୀ ଏକ ଦାବିପତ୍ର ଗ୍ରହଣ କରି ଫେରିଥିଲେ । ମାତ୍ର ଗତକାଲି ସଂନ୍ଧ୍ୟାରେ ନୂତନ ଏସ୍‌ଆଇ ଭୀମସେନ ମଲ୍ଲିକ ରାଜସୁନାଖଳା ପାଣ୍ଡିରେ ପଂହଚି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ରାଜସୁନାଖଳା ଅଂଚଳରେ ଜନ ଅସନ୍ତୋଷ ତୀବ୍ର ହୋଇଛି । ଆସନ୍ତାକାଲି ଅର୍ଥାତ ସୋମବାର ଏହି ଅଂଚଳବାସୀ ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଜଣାଯାଇଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!