Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଗକୁ ଆସୁଛି ରଜ ସାବିତ୍ରୀ, ସତର୍କ ରୁହ, ବଢ଼ିପାରେ ସଂକ୍ରମଣ

by ସଞ୍ଜୟ ସ୍ୱାଇଁ
May 30, 2021
in Health, State
ଆଗକୁ ଆସୁଛି ରଜ ସାବିତ୍ରୀ, ସତର୍କ ରୁହ, ବଢ଼ିପାରେ ସଂକ୍ରମଣ
325
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜ୍ୟର ୯ଟି ଜିଲ୍ଲାରେ ଅଛି ୬୦ ଭାଗ କରୋନା କେସ୍ । ତେବେ ଖୁସିର କଥା ହେଉଛି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ପଜିଟିଭିଟି ରେଟ୍ କମିବାରେ ଲାଗିଛି । ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ୫ ପ୍ରତିଶତ ତଳେ ରହିଛି । ବାକି ୧୯ଟି ଜିଲ୍ଲାରେ ପଜିଟିଭିଟି ରେଟ୍ କମୁଥିବା ବେଳେ ସାରା ରାଜ୍ୟରେ ଏବେ ଏହା ଖସିଆସି ୧୪ ପ୍ରତିଶତରେ ପହଞ୍ଚିଛି ବୋଲି ଏସସିଏସ୍ ପ୍ରଦୀପ୍ତ ମହାପାତ୍ର ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଓଡିଶା କରୋନାକୁ କିଭଳି ଭାବେ ମୁକାବିଲା କରୁଛି ଏବଂ ଟିକାକରଣ କେଉଁ ଉପାୟରେ ଚାଲିଛି ସେନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ତାଙ୍କ କହିବା ମୁତାବକ ଆମ ରାଜ୍ୟରେ ମେ ୨୨ ତାରିଖରେ ସର୍ବାଧିକ ସଂକ୍ରମଣ ଦେଖିବାକୁ ମିଳିଥିଲା । ହେଲେ ଏବେ ଏହା କମିବା ସହ ଦୈନିକ ସଂକ୍ରମଣ ଦଶ ହଜାର ତଳକୁ ଖସିଛି । ଅନ୍ୟପଟେ କୋଭିଡ୍ ମୁକାବିଲାରେ ଓଡିଶାରେ କୌଣସି ପ୍ରକାର ଔଷଧ ଅଭାବ ନାହିଁ । ସାଧାରଣ ଓ ଆଇସିୟୁ ବେଡ୍ ମଧ୍ୟ ଆଗ ଅପେକ୍ଷା ଅଧିକ ଖାଲି ରହିଛି । ଅକ୍ସିଜେନ୍ ଯୋଗାଣରେ ମଧ୍ୟ ଓଡିଶା ଆଗକୁ ବଢିବା ସହିତ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କରିପାରିଛି ବୋଲି କୁହାଯାଇଛି । ତେବେ ଆଗକୁ ରଜ, ସାବିତ୍ରୀ ଆସୁଛି । ଏହି ସମୟରେ ଲୋକମାନେ ଅଧିକ ସତର୍କ ହେବା ଉଚିତ୍ । ନଚେତ୍ କରୋନା ସଂକ୍ରମଣ ପୁଣି ବଢିପାରେ । ଲୋକମାନେ ନିଜେ ସଚେତନ ହେଲେ ହିଁ ଆମେ କରୋନାକୁ ପରାସ୍ତ କରିପାରିବା ବୋଲି ସେ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!