Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜା ଚକ୍ର ସହ ଅନ୍ୟ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

by ସଞ୍ଜୟ ସ୍ୱାଇଁ
May 16, 2025
in State
ରାଜା ଚକ୍ର ସହ ଅନ୍ୟ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
32
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରର ଜାମିନ ଆବେଦନ ଖାରଜ ହୋଇଛି । ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ରାଜା ସହ ଅନ୍ୟ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି । ଅନ୍ୟ ୩ ଅଭିଯୁକ୍ତ ହେଲେ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲ । ସେପଟେ ଖୋଲିଲା ରାଜା ଚକ୍ରଙ୍କର ଗୋପାଳପୁର ସ୍ଥିତ ଆଲିସାନ ଫାର୍ମ ହାଉସ୍ର ଗୁମର । କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଗୋପାଳପୁର ଠାରେ ୧୧ ଏକର ପରିମିତ ଜମିରେ ଗଢି ଉଠିଥିବା ଫାର୍ମ ହାଉସ୍ ଉପରେ ଏକାଧିକ ଖର ଚଢାଉ କରାଯାଇଥିଲା । ଇଓଡବ୍ଲୁ, କେନ୍ଦୁଝର ତହସିଲ ଓ ବନ ବିଭାଗର ମିଳିତ ଚଢ଼ାଉ ଓ ଟିକନିଖ ମାପଚୁପ ପରେ ଏହି ଫାର୍ମ ହାଉସ୍ର ୧୧.୧ ଏକର ଜମି ମଧ୍ୟରୁ ୩.୫ ଏକର ନିଜ ନାମରେ ଥିବାବେଳେ ୭.୬ ଏକର ସରକାରୀ ଜମି ରାଜା ଚକ୍ର ମାଡି ବସିଥିବା କଥା ଜାଣିବାକୁ ପାଇଛି ଇଓଡବ୍ଲୁ I ସରକାରୀ ଜମିରେ ଚିଲଡ୍ରେନ୍ ପାର୍କ, ଅଲିଶାନ ବଙ୍ଗଳା, ସୁଉଚ୍ଚ ତୋରଣ, ଆମ୍ବ ବଗିଚା, ପୋଖରୀ ସହ ରହିଛି କୋଣାର୍କ ଚକ୍ର, ଅନେକ୍ ଷ୍ଟାଚ୍ୟୁ । ଫାର୍ମ ହାଉସ୍ ଭିତରେ ବିଳାସପୂର୍ଣ୍ଣ କଟେଜ ସହ ପାର୍ଟି ହାଉସ୍ ମଧ୍ୟ ରହିଛି । ଫାର୍ମ ହାଉସ୍ ବୁଲିବା ପାଇଁ ଅଲ ଟେରାନ୍ ବାଇକ୍ ମଧ୍ୟ ରହିଛି । ପୋଖରୀରେ ଖେଳୁଛନ୍ତି ରଙ୍ଗୀନ୍ ମାଛ । ସେପଟେ ରାଜା ଚକ୍ର ମାମଲାରେ ଅନ୍ତରୀଣ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ସ୍କାନରରେ ଅଛନ୍ତି ଏକାଧିକ ପ୍ରଭାବଶାଳୀ ଲୋକ । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଇଓଡବ୍ଲୁ ଏସ୍ପି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!