Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବର୍ଷା ଅଭାବରୁ ଦଶପଲ୍ଲାରେ ମରୁଡି ଆଶଙ୍କା

by ସଞ୍ଜୟ ସ୍ୱାଇଁ
September 11, 2019
in Breaking
56
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା ବ୍ୟୁରୋ) : ଦଶପଲ୍ଲାର କୃଷକ ଏବଂ କୃଷିଜୀବୀମାନଙ୍କ ପାଇଁ ବର୍ଷା ନହେବାରୁ ଏକ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ପାଣିପାଗ ବିଶେଷଜ୍ଞ ଏବଂ କୃଷି ବିଭାଗ ଅଧିକାରୀମାନଙ୍କ ପରାମର୍ଶ ଅନୁଯାୟୀ ଚାଷୀମାନେ କ୍ଷେତରେ ଚାଷ କାମ ଆରମ୍ଭ କରି ବୁଣା, ରୁଆ ଆଦି ଶେଷ କରିଥିଲେ ହେଁ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଆବଶ୍ୟକ ପରିମାଣର ବର୍ଷା ନହେବା ଫଳରେ ଦଶପଲ୍ଲା କୃଷି ଜିଲ୍ଲା ଅଧିନରେ ଥିବା ହଜାର ହଜାର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି ପରିସ୍ଥିତିକୁ ଲକ୍ଷ୍ୟକରି ଚାଷ ପ୍ରତି ମୁଖ ଫେରାଇବା ସହ ବାହାର ରାଜ୍ୟକୁ ଶ୍ରମିକ ଭାବେ ଯିବା ଆରମ୍ଭ କଲେଣି । ଆଗାମୀ ଦିନରେ ଚାଷୀ ଏବଂ ଚାଷକୁ ନେଇ ନିଶ୍ଚିତ ମରୁଡି ଆଶଙ୍କା କରି ଏକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତ ବର୍ଷ ବହୁ ସମୟରେ ଆକାଶ ମେଘାଚ୍ଛନ୍ନ ରହୁଥିଲେ ବି ବର୍ଷା ନ ହେବାରୁ ଏଭଳି ସ୍ପର୍ଶକାତର ଅବସ୍ଥା ଦେ ଖିବାକୁ ମିଳିଛି ।

ତଥ୍ୟ ଅନୁଯାୟୀ ଦଶପଲ୍ଲା କୃଷି ଜିଲ୍ଲା ଅଧିନରେ ଥିବା ନୂଆଗାଁ, ଗଣିଆ ଏବଂ ଦଶପଲ୍ଲା ବ୍ଲକ୍ର ଜୁଲାଇ ୨୦୧୯ ସୁଦ୍ଧା ଖରିଫ ଋତୁରେ ଦଶପଲ୍ଲା ବ୍ଲକ୍ରେ ଧାନଚାଷ ୨୧ ହଜାର ୬୮ ହେକ୍ଟର ଜମିରେ ହୋଇଥିବା ବେଳେ ତନ୍ମଧ୍ୟରୁ ଅଣଧାନ ୭ ହଜାର ୭୧୯ ହେକ୍ଟର ଜମିରେ କରାଯାଇଛି । ଏଥିମଧ୍ୟରୁ ୧୧ହଜାର ୮୦ ହେକ୍ଟର ବୁଣା ଯାଇଥିବା ବେଳେ ରୁଆ ଯାଇଛି ୧୨ଶହ ୭୦ ହେକ୍ଟର ଜମି । ଅନୁରୂପ ଭାବେ ନୂଆଗାଁ ବ୍ଲକ୍ର ମୋଟ ୧୯ ହଜାର ୬୩୬ ହେକ୍ଟର ଧାନ ଚାଷ ହୋଇଥିବା ବେଳେ ତନ୍ମଧ୍ୟରୁ ଅଣଧାନ ଫସଲ ୩ ହଜାର ୨୬୫ ହେକ୍ଟର ହୋଇଛି । ସେଥିମଧ୍ୟରୁ ୧୩ ହଜାର ୫୩୨ ହେକ୍ଟର ବୁଣା ହୋଇଥିବା ସ୍ଥଳେ ୧୫୦୮ ହେକ୍ଟର ରୁଆ ହୋଇଛି । ସେହିଭଳି ଗଣିଆ ବ୍ଲକ୍ର ୯ ହଜାର ୯୩ ହେକ୍ଟର ମୋଟ ଧାନଚାଷ ହୋଇଥିବା ସ୍ଥଳେ ସେଥିମଧ୍ୟରୁ ଅଣଧନ ୩ ହଜାର ୨୨୧ ହେକ୍ଟର ଚାଷ କରାଯାଇଛି । ଏଥିରେ ୪ ହଜାର ୮୭୪ ହେକ୍ଟର ଜମିରେ ବୁଣା ଯାଇଥିବା ବେଳେ ୫୪୨ ହେକ୍ଟର ରୁଆଯାଇଛି । ତେବେ ଅନୀୟମିତ ବର୍ଷା ଯୋଗୁଁ ଚଳିତ ବର୍ଷ ଏକ ପ୍ରକାର ମରୁଡି ପରିସ୍ଥିତି ଦେଖାଦେଇଛି । ବିଲମାନଙ୍କରେ ପାଣି ନଥିବାରୁ ତଳି ସବୁ ବୁଢ଼ା ହୋଇ ହଳଦିଆ ପଡିବା ଦେଖାଗଲାଣି ଏବଂ ବିହୁଡା ମଧ୍ୟ ହୋଇପାରୁ ନାହିଁ ।

ଜଳ ସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ ବାର୍ଷିକ ସର୍ବୋଚ୍ଚ ବର୍ଷା ପରିମାଣ ୨ ହଜାର ୨୯୫ ମି.ମି ହେବା ସହ ସର୍ବନିମ୍ନ ୯୦୬ ମି.ମି ବର୍ଷା ହେବା କଥା । ତେବେ ହାରାହାରି ୧୪ଶହ ମି.ମି ବର୍ଷା ହେଲେ ଅଞ୍ଚଳର ଫସଲ ବଞ୍ଚିଯାଇ ପାରିବ । ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଦଶପଲ୍ଲାରେ ବର୍ଷା ପରିମାଣ ୩୭୨ ମି.ମି ହୋଇଛି । ଯାହାକି ହାରାହାରି ବର୍ଷା ପରିମାଣ ଠାରୁ ୧ଶହ ମି.ମି କମ୍ ଥିବା ରେକର୍ଡ କରାଯାଇଛି । ଏଭଳି ପରିସ୍ଥିତିରେ ସରକାରଙ୍କ ଉଠାଜଳସେଚନ ବିଭାଗ ଦ୍ୱାରା ଥିବା ଲିଫ୍ଟ ପଏଣ୍ଟ ଗୁଡିକ କାର୍ଯ୍ୟ କରୁନଥିବା ଅଭିଯୋଗ କରୁଛନ୍ତି । କୁଆଁରିଆ ଜଳ ଭଣ୍ଡାରରେ ଆବଶ୍ୟକ ପରିମାଣର ଜଳ ସଂରକ୍ଷିତ ନଥିବା ସତ୍ତେ୍ୱ କେନାଲରେ କିଛି ଜଳ ରୁଆ ବିହୁଡା ପାଇଁ ଦିଆଯାଇଛି । କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଥିବା ଚାଷୀଙ୍କୁ ସ୍ୱଳ୍ପ ପରିମାଣର ଜଳ ଯୋଗାଯାଇଛି । ବିଭିନ୍ନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଜଳଛାୟା ପ୍ରକଳ୍ପ ଗୁଡିକ ଏବେସୁଦ୍ଧା ଶୁଖିଲା ପଡିଛି । ଏ ସମ୍ପର୍କରେ କୃଷି ବିଭାଗ ନୟାଗଡ଼ ଜିଲ୍ଲା ଉପ-ନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ଦାଶଙ୍କ ପ୍ରତିକ୍ରିୟା ନେବାରୁ ପରୋକ୍ଷରେ ମରୁଡିକୁ ସ୍ୱୀକାର କରିଥିଲେ ମଧ୍ୟ ସରକାରଙ୍କୁ ଏକ ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!