Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘର ଭିତରେ ଲହଡ଼ି ଭାଙ୍ଗୁଛି ପାଣି

by ସଞ୍ଜୟ ସ୍ୱାଇଁ
May 29, 2025
in State
ଘର ଭିତରେ ଲହଡ଼ି ଭାଙ୍ଗୁଛି ପାଣି
11
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ଦୁଇ ଦିନ ହେବ ଚୁଲି ଜଳୁନି କି ପେଟକୁ ଦାନା ମୁଠେ ଯାଉନି । ଘର ଭିତରେ ଲହଡ଼ି ମାରୁଥିବା ବର୍ଷା ପାଣି ବୋହି ବୋହି ନୟାନ୍ତ ହେଲେଣି ପୁରା ପରିବାର। ରାଜନୈତିକ ଚକ୍ରବ୍ୟୁହରେ ଫସିଥିବା ପରିବାର ପାଇଁ ଏବେ ଦାଉ ସାଧିଛି ଅଦିନିଆ ଲଘୁଚାପ ଜନିତ ବର୍ଷା । ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖେରଙ୍ଗ ଗାଁରେ । ଚାନ୍ଦବାଲି ଅଞ୍ଚଳରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ବର୍ଷାଜଳ ନିଷ୍କାସନ ନହୋଇପାରି ଗାଁ ଦାଣ୍ଡରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି । ସେହିପରି ଖେରଙ୍ଗ ଗାଁର ବସନ୍ତ ମଲ୍ଲିକଙ୍କ ଘର ଏକ ତଳିଆ ସ୍ଥାନରେ ଅବସ୍ଥିତ । ସେହି ବାଟ ଦେଇ ଗାଁ ଯାକର ବର୍ଷା ପାଣି ନିଷ୍କାସିତ ହୋଇଥାଏ । ମାତ୍ର ଗାଁ ରେ ଥିବା ସରକାରୀ ଜାଗାକୁ କିଛି ମୁଷ୍ଟିମେୟ ଲୋକ ଅବରୋଧ କରିବା ଫଳରେ ବସନ୍ତ ମଲ୍ଲିକଙ୍କ ଘର ନିକଟରେ ଗାଁ ଯାକର ପାଣି ଜମିବା ସହ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି । କେବଳ ସେତିକି ନୁହେଁ ବସନ୍ତ ମଲ୍ଲିକଙ୍କ ଘରେ ଦୁଇ ଫୁଟର ପାଣି ଲହଡ଼ା ଖେଳୁଛି । ଦୀର୍ଘ ୨ବର୍ଷ ହେବ ଏହି ସମସ୍ୟା ଲାଗି ରହିଛି । ସମସ୍ୟାର ସମାଧାନ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ, ତହସିଲଦାରଙ୍କ ସହିତ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଆଭିଯୋଗ କରିଛନ୍ତି ବସନ୍ତ । ବର୍ଷା ଜଳ ନିଷ୍କାସନ ପାଇଁ ଅନେକ ବିକଳ୍ପ ଥିଲେ ମଧ୍ୟ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ସମାଧାନ ହୋଇ ପାରୁନି। ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ଚାନ୍ଦବାଲି ତହସିଲଦାର ଓ ଭାରପ୍ରାପ୍ତ ବିଡିଓ ।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!