ଭୁବନେଶ୍ୱର (ବାଘୁଆବାର୍ତ୍ତା): ମେ ୩୧ ସୁଦ୍ଧା କେରଳ ମୌସୂମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଅନୁମାନ କରିଥିଲା । ତେବେ ୨ ଦିନ ଡେରିରେ କେରଳ ଛୁଇଁବ ମୌସୂମୀ । ଜୁନ ୩ରେ କେରଳରେ ମୌସୂମୀ ଛୁଇଁବା ନେଇ ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟ ପକ୍ଷରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ପୂର୍ବାନୁମାନ କରିଛି । ମୁଖ୍ୟତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,ରାୟଗଡା, କନ୍ଧମାଳ, ବୌଦ୍ଧ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଦା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଯାଜପୁର ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେଣୁ ଏ ସମସ୍ତ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜୁନ୧ରେ ଦକ୍ଷିଣ ଆଭ୍ୟନ୍ତରୀଣ କେତେକ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।






