ଭୁବନେଶ୍ବର,(ବାଘୁଆବାର୍ତ୍ତା): ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଦେଶରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଣ୍ଡାମାନ ନିକୋବରର ହଟ୍-ବେ’ରେ ୭ ସେ.ମି ବର୍ଷା ରେକର୍ଡ ହୋଇଥିବା ବେଳେ ତେଲେଙ୍ଗାନାର ଆଦିଲାବାଦ୍ରେ ୭ ସେ.ମି, ସବ୍ ହିମାଲୟନ୍ ୱେଷ୍ଟ୍ ବେଙ୍ଗଲର ଗାଙ୍ଗ୍ଟକ୍ରେ ୮ ସେ.ମି ବର୍ଷା ରେକର୍ଡ ହୋଇଥିବା ବେଳେ ୱେଷ୍ଟ୍ ମଧ୍ୟପ୍ରଦେଶର ଧର୍ରେ ୧୦ ସେ.ମି ଓ ଭୁବନେଶ୍ବରେ ରେକର୍ଡ ହୋଇଛି ୧୧ ସେ.ମି ବର୍ଷା। ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ବର୍ଷା ପାଇଁ ଯାତାୟତରେ ଦେଖାଦେଇଛି ସମସ୍ୟା ।






