ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଲିଉଡର ଖଳନାୟକ ରାଇମୋହନ ପରିଡା ଆଜି ଆରପାରିକି ଚାଲିଗଲେ ହେଲେ ତାଙ୍କ ଆଖିକୁ ଦାନ କରିଦେଲେ ପରିବାର ଲୋକ । ଅଭିନେତା ରାଇମୋହନ ନାହାନ୍ତି ସତ ହେଲେ ତାଙ୍କ ଆଖି ଦୁନିଆ ଦେଖିବ । ଅମର ହୋଇଗଲେ ରାଇମୋହନ ପରିଡ଼ା । ମୃତ୍ୟୁ ପରେ ବି ଦେଖିବେ ଦୁନିଆ । ଅବିଳମ୍ବେ ଅଲବିଦା କହିଥିବା ରାଇମୋହନ ପରିଡା ଆଖି ଦାନ କରିବେ । ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ମେରୁଦଣ୍ଡ କୁହାଯାଉଥିବା ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟା ସମସ୍ତଙ୍କ ସ୍ତବ୍ଦ କରିଛି । କାରଣ ଖୋଜି ଚାଲିଛନ୍ତି ସାଥି କଳାକାର ଓ ଲକ୍ଷାଧିକ ପ୍ରଂଶସକ । ରାତିରେ ସମସ୍ତଙ୍କ ସହ ସବୁଦିନ ଭଳି କଥା ହୋଇ ଶୋଇଥିଲେ । କିନ୍ତୁ ସକାଳୁ ଆଉ ଉଠି ନଥିଲେ । ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଯେଉଁ ଆଖି ଓଡିଆ ଚଳଚ୍ଚିତ୍ରରେ ଏକ ବିଶେଷ ଛାପ ଛାଡିଛି । ଯେଉଁ ଆଖି ଦେଖିଲେ ଲୋକେ ଭୟଭୀତ ହୋଇ ପଡୁଥିୁଲେ । ସେଇ ଆଖିକୁ ଅନ୍ୟ ପାଇଁ ଉତ୍ସର୍ଗ କରିଦେଇଛନ୍ତି ରାଇ ମୋହନ ପରିଡା । ସବୁଦିନ ଶୋଇ ଯାଇଥିବା ଏହି ପ୍ରତିଷ୍ଠିତ କଳାକାରଙ୍କ ବିୟୋଗ ଖବର ରାଜ୍ୟବାସୀଙ୍କୁ ମର୍ମାହତ କରିଛି । ସମସ୍ତଙ୍କୁ ଶୋକରେ ସ୍ତମ୍ଭୀଭୁତ କରିଛି । ରାଇମୋହନ ଚକ୍ଷୁ ଦାନ କରିଥିବା ନେଇ ସୂଚନା ଦେଇଛନ୍ତି ସାଥି କଳାକାର ଅଶ୍ରୁମୋଚନ ମହାନ୍ତି ।





