Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକ୍ସପ୍ରେସରେ ଯାତ୍ରା ପଡିବ ମହଙ୍ଗା !

by ସଞ୍ଜୟ ସ୍ୱାଇଁ
April 12, 2021
in NATIONAL NEWS
ଏକ୍ସପ୍ରେସରେ ଯାତ୍ରା ପଡିବ ମହଙ୍ଗା !
273
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): କୋଭିଡ୍-୧୯ ସମୟରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି । ଯାହା ଫଳରେ ଲୋକଙ୍କ ଆୟ ମଧ୍ୟ କମିଛି । ଅନ୍ୟପଟେ ଟ୍ରେନରେ ଯାତ୍ରା କରିବା ମହଙ୍ଗା ହେବା ପରେ ଯାତ୍ରୀଙ୍କ ବଜେଟ୍ ଆହୁରି ବିଗିଡିପାରେ । ଭାରତୀୟ ରେଲୱେ ଖୁବ୍ ଶୀଘ୍ର ସେହି ରାଜଧାନୀ ଟ୍ରେନର ଭଡା ବଢାଇବ ଯେଉଁଥିରେ ମର୍ଡନ କୋଟ୍ ଲଗାଯାଇଛି । ରେଲୱେର ଏହି ନିଷ୍ପତି ପରେ ସାଧାରଣ ନାଗରିକଙ୍କୁ ଝଟକା ଲାଗିପାରେ କାରଣ ଏବେ ସେମାନଙ୍କୁ ରାଜଧାନୀ ଟ୍ରେନରେ ଯିବା ଆସିବା ପାଇଁ ଅଧିକ ଭଡା ଦେବାକୁ ପଡିବ । ନିକଟରେ ରେଲୱେ ତରଫରୁ ଦିଲ୍ଲୀ-ଅଗରତଲା ତେଜସ-ରାଜଧାନୀ ଟ୍ରେନର ବେସ୍ ଫେୟାରରେ ୫ ପ୍ରତିଶତ ବୃଦ୍ଧି କରାଯାଇଛି । ଟିଓଆଇର ରିପୋର୍ଟ ଅନୁସାରେ ଆଗାମୀ ସମୟରେ ଯେବେ ସମସ୍ତ ରାଜଧାନୀ ଟ୍ରେନ ତେଜସ୍ ଟ୍ରେନରେ ପରିବର୍ତ୍ତନ ହୋଇଯିବ ସେବେ ଏହାର ଭଡାରେ ଅଧିକ ବୃଦ୍ଧି ଦେଖିବାକୁ ମିଳିପାରେ । ଯେଉଁଭଳି ତେଜସ୍ କୋଚରେ ଅଟୋମେଟିତ୍ ଡୋରଠୁ ଆରମ୍ଭ କରି ବାୟୋଭାକ୍ୟୁମ ଟୟଲେଟ୍, ଚାର୍ଜିଂ ପଏଣ୍ଟ ଓ ରିଡିଂ ଲାଇଟ୍ସ ଭଳି ସୁବିଧା ମିଳେ ଠିକେ ସେହିଭଳି ରାଜଧାନୀ ଟ୍ରେନରେ ମଧ୍ୟ ସେମିତି ହିଁ ସୁବିଧା ଯୋଗାଇହେବ । ଅଧିକାଂଶ ରାଜଧାନୀ ଟ୍ରେନରେ ତେଜସର କୋଚ୍ ଲଗାଯିବ । ଏଥିପାଇଁ ତେଜସ୍ ଭଳି ପ୍ରାୟ ୫୦୦ ସ୍ଲିପର କୋଚ୍ ଇଣ୍ଟିଗ୍ରଲ୍ କୋଚ୍ ଫ୍ୟାକ୍ଟ୍ରି ଓ ମର୍ଡନ କୋଚ୍ ଫ୍ୟାକ୍ଟ୍ରି ପ୍ରସ୍ତୁତ କରାଯିବ । ଏହି କାମ ୨୦୨୧-୨୨ ମଧ୍ୟରେ ପୁରା କରାଯିବ । ଏନେଇ ଭାରତୀୟ ରେଲୱେ ଫେବୃୟାରୀରେ ସୂଚନା ଦେଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!