ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଦେଶରେ ଚାଷି ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ତେବେ ଚାଷିମାନେ ପୂର୍ବରୁ ସାଧାରଣତନ୍ତ୍ର ଦିବସରେ ପ୍ରଥମେ ଟ୍ରାକ୍ଟର ରାଲି ଲୋକଲୋଚନ ଆସିବା ପରେ ପୁଣି ଚକାଜାମ୍ ଡାକରା ଏବଂ ଆଜିର ରେଳ ରୋକ କରି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିବା ଜଣାପଡିଛି । ତଥାପି କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁନାହିଁ । କଳା କୃଷି ଆଇନକୁ ପ୍ରତ୍ୟାହାର କରୁନାହିଁ କେନ୍ଦ୍ର । ଯାହାଫଳରେ ଦୀର୍ଘଦିନ ହେଲା ଚାଷିମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ଟି କୃଷି ଆଇନକୁ ବିରୋଧ କରି ଆଜି ଚାଷି ସଂଗଠନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରୋଳ ରୋକ କରିଥିଲେ । ଏହି ରେଳେରାକରେ ଦେଶର କୋଣ ଅନୁକୋଣରୁ ଚାଷିମାନେ ଯୋଗ ଦେଇଛନ୍ତି । ଏବଂ ବିଭିନ୍ନ ସ୍ଥାନରେ ରେଳ ଟ୍ରାକ ଉପରେ ଚାଷିମାନେ ଶୋଇଥିବା ଦେଖୀବାକୁ ମିଳିଛି । ତେବେ ଦିଲ୍ଲୀରୁ ବିହାର ଯାଏଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଦିଲ୍ଲୀରେ ୪ଟି ମେଟ୍ରୋ ଷ୍ଟେସନକୁ ରେଳ ବିଭାଗ ବନ୍ଦ କରିଦେଇଛି । ଚାଷିମାନେ ଶାନ୍ତି ଶୃଙ୍ଖଳାର ସହିତ ଆନ୍ଦୋଳନ କରୁଥିବା ବେଳେ ୩ମାସ ଭିତରେ ଚାଷି ସଂଗଠନ କେନ୍ଦ୍ର ସରକାରଙ୍କ ସହିତ ୧୧ଥର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ଫିଟିନଥିବା ଜଣାପଡିଛି ।





