ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଆକ୍ସନରେ ଗଞ୍ଜାମ ପୋଲିସ । ଦଶହରା ପୂର୍ବରୁ ଜୁଆ ଆଡ୍ଡାରେ ଚଢାଉ । ୧୦ ଜଣ ଜୁଆଡ୍ଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଖବର ଅନୁଯାୟୀ, ବ୍ରହ୍ମପୁର ସୋମନାଥ ନଗରରେ ଥିବା ଏକ ଆପାର୍ଟମେଣ୍ଟ ନିକଟରେ ଜୁଆ ଆଡ୍ଡା ଚାଲିଥିଲା । ଏନେଇ ବ୍ରହ୍ମପୁର ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଆଉ ଏହି ସୂଚନା ଆଧାରରେ ସୋମନାଥ ନଗର ଆପାର୍ଟମେଣ୍ଟ ନିକଟରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ୧୦ ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ଘଟଣାସ୍ଥଳରୁ ୭୮ ହଜାର ୧୦୦ ଟଙ୍କା ଜବତ ହୋଇଛି ।





