ଝାରସୁଗୁଡ଼ା, (ବାଘୁଆବାର୍ତ୍ତା): ଆକ୍ସନରେ ଝାରସୁଗୁଡ଼ା ପୋଲିସ । ବଡ଼ଧରଣର ଜୁଆ ଆଡ୍ଡାରେ ଉପରେ ଟାଉନା ଥାନା ପୋଲିସର ଚଢାଉ । ଏହି ଚଢାଉରେ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପୁରୁଣାବସ୍ତିରେ ଜୁଆ ଆଡ୍ଡା ଚାଲିଥିଲା । ଏନେଇ ପୋଲିସକୁ ସୂଚନା ମିଳିବା ପରେ ତୁରନ୍ତ ଚଢାଉ କରିଥିଲା ଟାଉନ୍ ଥାନା ପୋଲିସ । ଆଉ ଏହି ଚଢାଉରେ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଏହାସହ ୧୫ ଜଣଙ୍କୁ ଗିରଫ କରିଛି । ସେହିପରି ୧୫ରୁ ଅଧିକ ବାଇକ ଏବଂ ୫ରୁ ଅଧିକ କାର୍ ବି ଜବତ ହୋଇଛି । ହେଲେ ସବୁ ଗାଡି ମାଲିକ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଗିରଫ ହୋଇଥିବା ସମସ୍ତ ଜୁଆଡ୍ଡିଙ୍କୁ ଜେରା କରୁଛି ଟାଉନ୍ ଥାନା ପୋଲିସ ।





