ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ଅବକାରୀ ଥାନାକୁ ମିଳିଛି ବଡ଼ ସଫଳତା । ଦୁଇଟି ସ୍ଥାନରେ ଚଢ଼ଉ କରି ୬୧ କେଜି ଗଞ୍ଜେଇ ଜବତ କରିବା ସହ ୨ ଗୋଟି କାରକୁ ଜବତ କରିଛି । ଏଥି ସହିତ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ନୂଆଗାଁ ଅଗ୍ନିଶମ ବିଭାଗ ସାମ୍ନାରେ ଚଢ଼ଉ କରି ଓଡି୦୨-ସିଇ୨୦୦୬ କାରକୁ ଜବତ କରିବା ସହ ୩୦ କେଜି ଗଞ୍ଜେଇ ଜବତ କରିଛି ।
ଏହି ଘଟଣାରେ ବଉଦ ଜିଲ୍ଲା ବାଦଲା ଗ୍ରାମର ସୁଶାନ୍ତ ବେହେରା ଓ କନ୍ଧମାଳ ଜିଲ୍ଲା ପଣ୍ଡୁଗୁଡୁ ଗ୍ରାମର ଦୀପକ ସାହୁକୁ ଗିରଫ କରିବାରେ ନୟାଗନ ସଦର ଅବକାରୀ ଥାନାକୁ ସଫଳତା ମିଳିଛି । ସେହିପରି ଦଶପଲ୍ଲାର ବାଣିଗିଡି ନିକଟସ୍ଥ ଋତୁରାଜ ହୋଟେଲ ସାମ୍ନାରେ ୩୧ କେଜି ଗଞ୍ଜେଇ ଜବତ ହେବା ସହ ଓଡି୦୨-ବିଜେଡ-୧୮୨୩ ଏକ କାରକୁ ଜବତ କରାଯାଇଛି । ତତ୍ ସହିତ ଓଡ଼ଗାଁ ଥାନା ବାହାଡଝୋଲା ଗ୍ରାମର ରୁଦ୍ରନାରାୟଣ ନାୟକକୁ ଗିରଫ କରାଯାଇଛି ।
ତାଙ୍କ ସହିତ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର କବିର ସାହୁକୁ ଗିରଫ କରାଯାଇଛି । ମୋଟ ୬୧ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଗୋଟି କାରକୁ ଜବତ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ଼ ସଦର ଅବକାରୀ ଥାନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛି ଅବକାରୀ ବିଭାଗ ।





