ଲମତାପୁଟ, (ବାଘୁଆବାର୍ତ୍ତା): ୧୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର୍ ସହ ଦୁଇ ମାଫିଆ ଗିରଫ l ପାଡୁଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସଭାପୁଟ ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା l ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓ କାର୍ ଅଟକାଇଥିଲା ପୋଲିସ l ଗାଡ଼ିକୁ ଯାଞ୍ଚ କରିବାରୁ ୧୫ଟି ଗଞ୍ଜେଇ ପ୍ୟାକେଟ୍ ବାହାରିଥିଲା l ଏହି ପ୍ୟାକେଟ୍ଗୁଡିକୁ ଓଜନ କରିବାରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ବାହାର କରିଥିଲା l ଏହାର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l ଏହି ଗଞ୍ଜେଇ ସଭାପୁଟ ଗ୍ରାମରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିଲା l ବୁଧବାର ଦୁଇ ଗିରଫ ବ୍ୟକ୍ତି ଆନ୍ଧ୍ରପ୍ରଦେଶର ଖଡା ଭୀମ ରାଜୁ ଏବଂ ଚେଣ୍ଡିଆ ରାମଚନ୍ଦ୍ରନ ନାମରେ NDPS ମାମଲା ରୁଜୁ କରି କୋର୍ଟ ଚାଲାଣ କରିବ ପାଡୁଆ ପୋଲିସ l





