ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ଉ କରାଯାଇ ୨୮ କେଜି ଗଞ୍ଜେଇ ଜବତ କରାଯିବା ସହ ୩ ଗୋଟି ମାମଲା ରୁଜୁ କରାଯାଇଛି । ଏଥିରେ ପଶ୍ଚିମବଙ୍ଗର ଦୁଇ ମହିଳା ସାମିଲ ଥିଲାବେଳେ କନ୍ଧମାଳ ଜିଲ୍ଲାର ଜଣେ ବ୍ୟକ୍ତି ସାମିଲ ଅଛନ୍ତି । ନୟାଗଡ଼ ନିକଟସ୍ଥ ତୁଳସୀପୁର ସାଇବାବା ମନ୍ଦିର ନିକଟରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଏଥି ନିମନ୍ତେ ୩ ଗୋଟି ମାମଲା ଦାୟର କରାଯାଇଛି । କେସ୍ ନଂ ୧୬୫/୨୩ ରେ ରେଜିନା ବିବି ଶେଖଙ୍କ ଠାରୁ ୯ କେଜି ଗଞ୍ଜେଇ ଜବତ କରାଯାଇଛି । ତାଙ୍କ ଘର ପଶ୍ଚିମବଙ୍ଗର ନଡିଆ ଜିଲ୍ଲା ନବଦ୍ୱିପ ଥାନା ଅନ୍ତର୍ଗତ ବାମନପୁକର ଗ୍ରାମ ବୋଲି ଜଣା ପଡିଛି । ସେହିପରି ଭାବେ କେସ୍ ନଂ ୧୬୭/୨୩ ରେ ରାହୁଲ ନାୟକଙ୍କ ଠାରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇ ମାମଲା ରୁଜୁ କରାଯାଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଗୁରୁପଡା ଗ୍ରାମର ବୋଲି ଜଣା ପଡିଛି । କେସ୍ ନଂ ୭୫/୨୩ ରେ ମାମଲା ରୁଜ କରାଯାଇ ଦ୍ରୌପଦୀ ଚୌଧୁରୀଙ୍କ ଠାରୁ ୪ କେଜି ଗଞ୍ଜେଇ ଜବତ କରାଯାଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଲକ୍ଷ୍ମୀପୁର ମଠ ଗ୍ରାମର ବୋଲି ଜଣା ପଡିଛି । ସମୁଦାୟ ୨୮ କେଜି ଗଞ୍ଜେଇ ଜବତ କରାଯାଇ ୩ ଜଣଙ୍କୁ କୋର୍ଟ ଫରୁୱାର୍ଡ କରାଯାଇଛି । ଏହି ଚଢ଼ାଉରେ ମୋବାଇଲ ସ୍କ୍ୱାର୍ଡର ଇନିସପେକ୍ଟର ଭକ୍ତ ବତ୍ସଳ ବର୍ମା, ସବ୍ ଇନିସପେକ୍ଟର ଅର୍ପିତା ରାଣୀ ସାହୁ, ଏଏସଆଇ ବିଦ୍ୟାଧର ପ୍ରଧାନ, କନେଷ୍ଟବଳ ଦେବୀପ୍ରସାଦ ପାଣି, ପ୍ରଦୀପ୍ତ ନାୟକ, ନୀଳ ରୋହିତ ମଲ୍ଲିକ, ଭାରତୀ ବରାଡ଼, ମିତା ନାୟକ, ଦୀପକ କୁମାର ଜେନା ପ୍ରମୁଖ ସାମିଲ ହୋଇଥିଲେ ।





