ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଆଗକୁ ଆସୁଛି ଦୀପାବଳି । ଦୀପାବଳି ରେ ଲୋକେ ଫୁଟାଇବେ ବାଣ। ଦୀପାବଳୀରେ ବାଣ ବିକ୍ରି କରି ୨ ପଇସା ପାଇବା ନିଶାରେ ବାଣ ବେପାରୀ ମାନେ ଏବେଠାରୁ ଚୋରା ଲୁଚାରେ ଆରମ୍ଭ କଲେଣି ବାଣ ମହଜୁଦ । ପୋଲିସ ଯେତେ ଯାହା କଲେ ବି ଚୋରା ବେପାରୀ ଙ୍କୁ ଲଗାମ ଲଗାଇଵା ରେ ହୋଇ ପାରୁନି ସମର୍ଥ । ତେବେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପୋଲିସ ବେଆଇନ ବାଣ ମହଜୁଦ କରିବା ଅଭିହଯୋଗରେ ବଡ଼ ଧରଣର ଚଢ଼ାଉ କରିଛି । ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବାରେ ସମର୍ଥ ହୋଇଛି । ତେବେ ବେପାରୀ ଫେରାର ହୋଇ ଯାଇଛି ।
ଆଜି ସକାଳୁ ସକାଳୁ ବେଲେଡିହ ଗ୍ରାମରେ ଚଢ଼ାଉ କରିଛି ନାଚୁଣୀ ପୋଲିସ । ଚଢ଼ାଉ କରି ବିପୁଳ ପରିମାଣରେ ବେଆଇନ ବାଣ ଜବତ କରିଛି । ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ବେଲେଡିହ ଗ୍ରାମର କୁମ ମୁଦୁଲିଙ୍କ ଘରେ ବିପୁଳ ପରିମାଣରେ ବେଆଇନ ବାଣ ଗଛିତ ଥିବା ଖବର ପାଇଥିଲେ । ସଙ୍ଗେସଙ୍ଗେ ଆଇଆଇସି ଟିମ ସହ ଏହି ଘରେ ଚଢ଼ାଉ କରିଛନ୍ତି । ଚଢ଼ାଉ ରହିଥିବା ବେଳେ ବିପୁଳ ପରିମାଣରେ ବେଆଇନ ବାଣ ଜବତ ହୋଇଛି । ତେବେ ବାଣ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି । ତେବେ ପୋଲିସ ଅନୁସନ୍ଧାନ ଜାରି ରଖିଛି ।





